କଲମପୁର : କଳାହାଣ୍ଡି ଜିଲା କାଶିପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କାଠକୁରା ଗ୍ରାମ ନିକଟସ୍ଥ ଏକ ମୋଡାଣିରେ ଭାରସାମ୍ୟ ହରାଇ ଏକ ମ୍ୟାଜିକ ଗାଡି ଓଲଟି ପଡିବାରୁ ଗାଡିରେ ଥିବା ୬ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ, ହରିଆନା ପାନିପଥ ଅଞ୍ଚଳର କିଛି ବୁଲା ବିକାଳି ପରିବାର କୋରାପୁଟ ଜିଲାରୁ ରାୟଗଡା ଜିଲାର କାଶିପୁର ମଧ୍ୟ ଦେଇ କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ପଟକୁ ସୋମବାର ସନ୍ଧ୍ୟାରେ ଆସୁଥିବା ବେଳେ ଥୁଆମୁଳ ରାମପୁର ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା କାଠକୁରା ଗ୍ରାମ ନିକଟସ୍ତ ଏକ ବୁଲାଣିରେ ଗାଡି ଉପରୁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡିଟି ରାସ୍ତା କଡରେ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ରାମରତୀ ସିଂ ୫୦ ବର୍ଷ, ସୁଲତାନ ସିଂ ୩୫ ବର୍ଷ,କଳାପତି ସିଂ ୨୫ ବର୍ଷ, ପ୍ରିୟଙ୍କା ସିଂ ୧୦ ବର୍ଷ, ରୀନା ସିଂ ୩ ମାସ, ଓ କାଳି ସିଂ ୨୫ ବର୍ଷ ଗୁରୁତର ହେଇଥିଲେ। ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲେନ୍ସ ଯୋଗେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରାମରତୀ ଓ ଏକ ଶିଶୁର ଅବସ୍ତା ଗୁରୁତର ହେବାରୁ ସେମାନଙ୍କୁ ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି।
ସଡକ ଦୁର୍ଘଟଣାରେ ୬ଗୁରୁତର
Popular Categories



