www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଆ ଝିଅ ସୁନୀତା : ଭାରତୀୟ ମହିଳା ହକି ଦଳର ଅଧିନାୟିକା

କଟକ : କୋରିଆର ଡଙ୍ଗ୍‍ହେ ସହରରେ ମେ’ ୧୩ରୁ ଆରମ୍ଭ ହେବ ଏସୀୟ ଚମ୍ପିଆନ୍‍ସ ଟ୍ରଫି ମହିଳା ହକି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ବୁଧବାର ୧୮ ଜଣିଆ ଭାରତୀୟ ସିନିୟର ମହିଳା ଦଳ ଘୋଷଣା କରିଛି। ଏହି ଦଳର ନେତୃତ୍ୱ ନେବେ ଓଡ଼ିଆ ଖେଳାଳି ସୁନିତା ଲାକ୍ରା। ସୁନିତାଙ୍କୁ ମିଶାଇ ଘୋଷିତ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟ ୪ ଜଣ ହେଲେ ଦୀପ୍‍ ଗ୍ରେସ୍‍୍‍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‍ ଓ ଅନୁପା ବାର୍ଲା।
ନିକଟରେ ହକି ଇଣ୍ଡିଆ ଘୋଷଣା କରିଥିଲା ଯେ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ରାଣୀ ରାମପାଲ ଭାରତୀୟ ସିନିୟର ମହିଳା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ତେବେ ଏସୀୟ ଚମ୍ପିଆନ୍‍ସ ଟ୍ରଫି ହକି ପାଇଁ ରାଣୀଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ନେତୃତ୍ୱର ଭାର ଦଳର ଅଭିଜ୍ଞ ରକ୍ଷାପନ୍ଥୀ ଖେଳାଳି ସୁନିତା ଲାକ୍ରାଙ୍କୁ ଦିଆଯାଇଛି। ଗୋଲ୍‍ରକ୍ଷକ ସବିତା ଉପଅଧିନାୟିକା ଦାୟିତ୍ୱ ତୁଲାଇବେ। ୨୭ ବର୍ଷ ବୟସ୍କା ସୁନିତା ଲାକ୍ରା ହେଉଛି ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ବାସିନ୍ଦା। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ସୁନିତା ପ୍ରଶିକ୍ଷଣ ନେଇଥିଲେ। ୨୦୦୯ରେ ପ୍ରଥମଥର ପାଇଁ ସୁନିତା ଲାକ୍ରା ଭାରତ ପାଇଁ ଖେଳିଥିଲେ। ଏହା ପରଠାରୁ ନିରବଚ୍ଛିନ୍ନ ଭାବେ ସୁନିତା ଭାରତ ପାଇଁ ଖେଳି ଆସୁଛନ୍ତି। ଗତବର୍ଷ ମେ’ରେ ସୁନିତା ୧୦୦ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିବାର ମାଇଲଖୁଣ୍ଟ ପାର କରିଥିଲେ। ଗତବର୍ଷ ଜାପାନରେ ଭାରତ ଦୀର୍ଘ ୧୩ ବର୍ଷ ପରେ ଏସିଆ କପ୍‍ ମହିଳା ହକି ଜିତିଥିବା ବେଳେ ସୁନିତା ଏହି ଦଳର ସଦସ୍ୟା ଥିଲେ। ପୁଣି ୨୦୧୪ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‍ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ମଧ୍ୟ ସୁନିତା ଥିଲେ। ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହେବାରେ ସୁନିତା ଲାକ୍ରା ହେଉଛନ୍ତି ୪ର୍ଥ ଓଡ଼ିଆ ଖେଳାଳି। ପୂର୍ବରୁ ଜ୍ୟୋତି ସୁନିତା କୁଲ୍ଲୁ, ସୁଭଦ୍ରା ପ୍ରଧାନ ଓ ଦୀପ୍‍ ଗ୍ରେସ୍‍ ଏକ୍କା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବା ତାଲିକାରେ ଦିଲୀପ ତିର୍କିଙ୍କ ସହ ଇଗ୍ନେସ ତିର୍କି ଓ ପ୍ରବୋଧ ତିର୍କି ରହିଛନ୍ତି।

ଅଧିନାୟିକା ସୁନିତାଙ୍କ ସହ ଓଡ଼ିଆ ଖେଳାଳି ଦୀପ୍‍ ଗ୍ରେସ୍‍ ଏକ୍କା ଭାରତୀୟ ରକ୍ଷାପନ୍ଥୀ ଦାୟିତ୍ୱ ସମ୍ଭାଳିବେ। ପୁଣି ମଧ୍ୟକ୍ରମରେ ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‍୍‍ ରହିଥିବା ବେଳେ ଆକ୍ରମଣପନ୍ଥୀରେ ଅନୁପା ବାର୍ଲା ରହିଛନ୍ତି। ଗତଥର ଏସୀୟ ଚମ୍ପିଆନ୍‍ସ ଟ୍ରଫି ହକିରେ ଭାରତ ହେଉଛି ସ୍ୱର୍ଣ୍ଣପଦକ ବିଜେତା। ୨୦୧୬ରେ ଫାଇନାଲରେ ଚୀନ୍‍କୁ ହରାଇ ଭାରତ ଚମ୍ପିଆନ୍‍ ହୋଇଥିଲା। ପରବର୍ଷ ଭାରତ ଏସିଆ କପ୍‍ ମଧ୍ୟ ଜିତି ପାରିଥିଲା। ୨୦୧୭ ଏସିଆ କପ୍‍ ଫାଇନାଲରେ ରାଣୀ ରାମପାଲଙ୍କ ଦଳ ପୁଣିଥରେ ଚୀନ୍‍କୁ ହରାଇଥିଲା। ଗତ ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ପଦକ ଜିତି ପାରିନଥିବା ବେଳେ ଭଲ ପ୍ରଦର୍ଶନ କରିଥିଲା। ଦୀର୍ଘ ୧୨ ବର୍ଷ ପରେ ଭାରତ ସେମିଫାଇନାଲରେ ପହଞ୍ଚିଥିବା ବେଳେ କଡ଼ା ମୁକାବିଲା ପରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅଧିନାୟିକା ନିଯୁକ୍ତହେବା ପରେ ସୁନିତା କହନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତହେବା ପରେ ଆମେ ବହୁତ ନିରାଶ ହୋଇଥିଲୁ। କାରଣ ଫାଇନାଲ ଯିବା ପାଇଁ ଏହା ଆମର ଶ୍ରେଷ୍ଠ ସୁଯୋଗ ଥିଲା। ଲିଗ୍‍ ପର୍ଯ୍ୟାୟରେ ଆମେ ଇଂଲଣ୍ଡକୁ ହରାଇଥିଲେ ହେଁ ପରେ ଆମେ ଏହି ପ୍ରଦର୍ଶନ ଦୋହରାଇ ପାରିନଥିଲୁ। ଏସୀୟ ଚମ୍ପିଆନ୍‍ସ ଟ୍ରଫି ପାଇଁ ପ୍ରସ୍ତୁତି ଶିବିରରେ ଅମେ ଫିଟ୍‍ନେସ ଓ ଗତି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ପୁଣି ସୁଯୋଗକୁ ଗୋଲ୍‍ରେ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ। ଆମେ ଟାଇଟଲ ବଜାୟ ରଖିବା ପାଇଁ ଦୃଢ଼ ଆଶାବାଦୀ।
ଭାରତୀୟ ମହିଳା ଦଳ
(ଗୋଲ୍‍ରକ୍ଷକ) ସବିତା ଓ ସ୍ୱାତୀ; (ଡିଫେଣ୍ଡର) ଦୀପିକା, ସୁନିତା ଲାକ୍ରା (ଅଧିନାୟିକା), ଦୀପ୍‍ ଗ୍ରେସ୍‍ ଏକ୍କା, ଗୁରଜିତ କୌର, ଟି. ସୁମନ ଦେବୀ; (ମିଡ୍‍ଫିଲ୍‍ଡର) ମୋନିକା, ନମିତା ଟପ୍ପୋ, ନିକ୍କି ପ୍ରଧାନ, ନେହା ଗୋୟର, ଲିଲିମା ମିଞ୍ଜ୍‍, ନବଜୋତ୍‍ କୌର, ଉଦିତା; (ଫରୱାର୍ଡ) ବନ୍ଦନା କାଟାରିୟା, ଲାଲ୍‍ରେମ୍‍ସିଆମି, ନବନୀତ କୌର ଓ ଅନୁପା ବାର୍ଲା।

- Advertisement -

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories