BJD Bijuli 480×75 Mob

ପ୍ରୟାଗରାଜ କୁମ୍ଭ : ଧୁମଧାମରେ ବାହାରିଲା କିନ୍ନର ଆଖଡ଼ାର ଶୋଭାଯାତ୍ରା

BJD Bijuli 480×75 Mob
0

ପ୍ରୟାଗରାଜ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳା ପୂର୍ବରୁ ରବିବାର କିନ୍ନର ଆଖଡ଼ାର ଐତିହାସିକ ଶୋଭାଯାତ୍ରା ବାହାର କରାଯାଇଛି। ପ୍ରୟାଗରାଜରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଏହି କିନ୍ନର ଆଖଡ଼ାର ଦେବତ୍ବ ଯାତ୍ରା ଦେଖିବା ପାଇଁ ଭାରି ଜନସମାଗମ ପରିଲକ୍ଷିତ ହୋଇଥିଲା। ଆଖଡ଼ାର ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓଟ ଚଢି ଯାତ୍ରାରେ ପ୍ରବେଶ କରିଥିଲେ।

କିନ୍ନର ସାଧୁସନ୍ଥଙ୍କ ଦର୍ଶନ ପାଇଁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ନୃତ୍ୟ, ଗୀତ ବାଦ୍ୟ ସହ ଏହି ଯାତ୍ରା ମହା ଆଡ଼ମ୍ବର ସହକାରେ ଆରମ୍ଭ ହୋଇଥିଲା। ୨୦୧୬ର ସିଂହସ୍ଥ କୁମ୍ଭ ପରେ ଏବେ ଦ୍ୱିତୀୟ ଥର ପାଇଁ ପ୍ରୟାଗରାଜରେ ଏହି ଆଖଡ଼ାର ଶୋଭାଯାତ୍ରା ବାହାରିଛି। ତେବେ କିନ୍ନର ଆଖଡ଼ାକୁ ଏଯାବତ୍ ପରିଷଦ ପକ୍ଷରୁ ମାନ୍ୟତା ମିଳିନାହିଁ। ଏହି ଯାତ୍ରାରେ ଓଡ଼ିଶାର ମହାମଣ୍ଡଳେଶ୍ବର ମୀରା ପରିଡ଼ା ମଧ୍ୟ ସାମିଲ ହୋଇଥିଲେ। କିନ୍ନର ମାନଙ୍କ ଏହି ମହାସମାଗମରେ ଦେଶ ଓ ବିଦେଶରୁ ବହୁ ସଂଖ୍ୟାର କିନ୍ନରମାନେ ଆସି ଯୋଗଦେଇଥିଲେ।

Leave A Reply