କେଦାରନାଥରୁ ୨୨୮ କେ.ଜି ସୁନା ଗାଏବ, ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗକୁ ନେଇ ବିବାଦ

ନୂଆଦିଲ୍ଲୀ : ଦିଲ୍ଲୀରେ କେଦାରନାଥ ମନ୍ଦିରର ଆଧାରଶିଳା ରଖିବାକୁ ନେଇ ବିବାଦ ଦେଖାଦେଇଛି । ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ରାଜଧାନୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ କଡା ବିରୋଧ କରିଛନ୍ତି । ସେ କେଦାରନାଥ ମନ୍ଦିରର ଗର୍ଭଗୃହ ଭିତରେ ସୁନାର ଆସ୍ତରଣ ଲଗାଇବା କାମରେ ଘୋଟାଲା ଅଭିଯୋଗ ମଧ୍ୟ ଲଗାଇଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି କି କେଦାରନାଥ ମନ୍ଦିରରୁ ୨୨୮ କିଲୋ ସୁନା ଗାଏବ ହୋଇଛି.. ଏହାର ହିସାବ କିଏ ଦେବ ?

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ କହିଛନ୍ତି କି ‘କେଦାରନାଥରେ ସୁନାର ହେରଫେର ହୋଇଛି । ଏହି ମୁଦ୍ଦାକୁ କାହିଁକି ଉଠାଯାଇନି ? ସେଠାରେ ଘୋଟାଲା କରିବା ପରେ ଏବେ ଦିଲ୍ଲୀରେ କେଦାରନାଥ ନିର୍ମାଣ ହେବ ? ନା ଆଉ ଏକ ଦୁର୍ନୀତି ହେବ ।’

ଗତ ବର୍ଷ କେଦାରନାଥ ମନ୍ଦିରର ଜଣେ ବରିଷ୍ଠ ପୂଜାରୀ କେଦାରନାଥ ମନ୍ଦିରରେ ସୁନାର ଆସ୍ତରଣ ଚଢାଇବା କାମରେ ୧୨୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଲଗାଇଥିଲେ । ସୁନା ବଦଳରେ ପିତ୍ତଳ ପ୍ରଲେପ ଲଗାଯାଇଥିବା ସେ ଅଭିଯୋଗ କରିଥିଲେ । ତେବେ ମନ୍ଦିର ସମିତି ଏହି ଅଭିଯୋଗକୁ ଖାରଜ କରିଦେଇଥିଲା । ଏବେ ଶଙ୍କରାଚାର୍ଯ୍ୟ କହିଛନ୍ତି କି ‘କେଦାରନାଥରୁ ୨୨୮ କିଲୋ ସୁନା ଗାଏବ.. କିଛି ଯାଞ୍ଚ ଆରମ୍ଭ ହୋଇନି । ଏଥିପାଇଁ କିଏ ଦାୟୀ ? ଏବେ ସେମାନେ କହୁଛନ୍ତି କି ଦିଲ୍ଲୀରେ କେଦାରନାଥ ନିର୍ମାଣ କରିବେ । ଏହା ହୋଇପାରିବନି ।’

ତିନି ରଥରେ ଛେରାପହଁରା କଲେ ଗଜପତି

Comments are closed.