www.samajalive.in
Friday, December 5, 2025
23.1 C
Bhubaneswar

ଲିଫ୍ଟ ଦେବାକୁ କହି ଅପହରଣ; ବନ୍ଧା ହେଲେ ହିତ୍ରିକ୍‌

ଭୁବନେଶ୍ୱର: ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର ମହିଳା ଥାନା ପୁଲିସ । ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବାକୁ କହି ଅପହରଣ କରିଥିଲେ ଯୁବକ ।

ସୂଚନା ଅନୁସାରେ ହ୍ରିତିକ୍ ଉକ୍ତ ଛାତ୍ରୀଙ୍କ ସହ ପରିଚିତ ଥିବା ବେଳେ ତାଙ୍କୁ କଲେଜରୁ ନେଇ ଘରେ ଛାଡିଦେବ ବୋଲି କହିଥିଲା। ଛାତ୍ରୀଙ୍କୁ ନିଜ ଘରେ ଛାଡିବା ପରିବର୍ତ୍ତେ ହିତ୍ରିକ୍‌ ଜୋର ଜବରଦସ୍ତ ନିଜ ଘରକୁ ନେଇଯାଇଥିଲା । ସେଠାରେ ଛାତ୍ରୀଙ୍କୁ ଜୋର ଜବରଦସ୍ତ ରଖିବା ସହ ବିବାହ ପାଇଁ କହିଥିଲା । ହେଲେ ସୁଯୋଗ ଦେଖି ଛାତ୍ରୀ ଜଣଙ୍କ ସେଠାରୁ ଖସି ଆସି ଘଟଣା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରିବା ସହ ହିତ୍ରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

- Advertisement -

 

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories