ସମାଜ ଡିଜିଟାଲ ଡେସ୍କ: ନୟାଗଡ ଜିଲା କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ କରିବାକୁ ନିର୍ଦେଶ ଦିଆଯାଇଛି । ପୁଲିସ ଏସ୍ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଫାଣ୍ଡରେ ନିର୍ଯାତନା ନେଇ ଓଏଚ୍ଆରସିର ଦ୍ୱାରସ୍ତ ହୋଇଥିଲେ ଅନୁସୂଚିତ ଦମ୍ପତ୍ତି । ୨୦୨୪ ମାର୍ଚ୍ଚ ୧୯ରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଓଏଚଆରସିରେ କେସ୍ ଫାଇଲ୍ ପରେ ନୟାଗଡ ଏସପିଙ୍କୁ ରିପୋର୍ଟ ମଗାଯାଇଥିଲା । ଓଏଚ୍ଆରସିର ନୋଟିସ୍ ପରେ ଏସପି କିମ୍ବା ଅଧିକାରୀ ହାଜର ହୋଇନଥିଲେ । ନୋଟିସ୍ ସତ୍ୱେ ହାଜର ନହେବାରୁ ଗିରଫ ପାଇଁ ନିର୍ଦେଶ ଦିଆଯାଇଛି ।



