ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସ୍ଆଇ ଦୁର୍ନୀତି ମାମଲାରେ ଆଉ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ସହ ୩ଜଣ ଗିରଫ ହୋଇଛନ୍ତି । ତିନି ଜଣ ହେଲେ ସୁକାନ୍ତ ମହାରଣା, ସୌମ୍ୟ ପ୍ରିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା । ତେବେ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା । ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରିବା ସହ ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲେ ।
ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ୍ ପ୍ଲାନ୍ । ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ । ୧୧୦ଜଣ ପରୀକ୍ଷାର୍ଥୀଙ୍କ ଲାଗି ଦୀଘାରେୀ ରୁମ୍ ବୁକ୍ ହୋଇଥିଲା । ଦୀଘା ମଡ୍ୟୁଲର ନେତୃତ୍ୱ ନେଉଥିବା ଅରବିନ୍ଦ ଦାସ ପୂର୍ବରୁ ଗିରଫ ହୋଇଛନ୍ତି । ଅରବିନ୍ଦଙ୍କ ଘର ବାଳେଶ୍ୱରରେ ହୋଇଥିବା ବେଳେ ସୌମ୍ୟାଙ୍କ ଘର ଢେଙ୍କାନାଳ ଜିଲାରେ । ଦୁର୍ନୀତିର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି । ଏହି ୪ଜଣଙ୍କୁ ମିଶାଇ ମୋଟ ୧୨୧ଜଣଙ୍କ ପୁଲିସ ଗିରଫ କରିସାରିଲାଣି । ଏହି ମାମଲରେ ନୟାଗଡ ଜିଲା ଦଶପଲ୍ଲାରୁ ୪ଟି ଦାମୀ ଗାଡି ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି ।





