ସମାଜ ଡିଜିଟାଲ ଡେସ୍କ: ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଯୌତୁକ ପାଇଁ ବୋହୂକୁ ଜାଳିଦେଇଥିବା ଅଭିଯୋଗ ହୋଇଛି । ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁଘର ଲୋକ ବୋହୂକୁ ଜାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ବୋହୂକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ପୀଡିତା । ରବିବାର ଦିନ ଶାଶୂ-ବୋହୂ ମଧ୍ୟରେ ବଚସା ହୋଇଥିବା ଜଣାପଡିଛି ।
Popular Categories



