www.samajalive.in
Saturday, December 6, 2025
26.1 C
Bhubaneswar

ଠିକାଦାର ଭାଙ୍ଗୁଛନ୍ତି କଂକ୍ରିଟ ରାସ୍ତା, ପୋତୁଛନ୍ତି ମାଟିରେ

କେଶଦୁରାପାଳ : ସରକାର ଘରେ ଘରେ ୨୪ ଘଣ୍ଟା ଜଳଯୋଗଣ କରିବାପାଇଁ ପଦକ୍ଷପ ଗ୍ରହଣ କରିଛନ୍ତି । ଅନେକ ସ୍ଥାନରେ ଜଳଯୋଗାଣ ପାଇଁ ରାସ୍ତା କଡ଼ରେ ଖୋଳାଯାଇ କଳାରଙ୍ଗର ମୋଟା ପାଇପ ପକାଉଛନ୍ତି ହେଲେ ଖୋଲିଥିବା ରାସ୍ତାକୁ ଠିକ୍ ଭାବରେ ପୋତୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ମେଗା ଜଳ ଠିକାଦାର ଝଡେଶ୍ୱର୍ ମନ୍ଦିରକୁ ଯିବା ରାସ୍ତାରେ କଂକ୍ରିଟ ରାସ୍ତାକୁ ଭାଙ୍ଗି କଳା ରଙ୍ଗର ପାଇପ୍ ପୋତୁଛନ୍ତି ହେଲେ ପୂର୍ବରୁ ଥିବା କଂକ୍ରିଟ ରାସ୍ତା ନିର୍ମାଣ ନକରି ମାଟିରେ ପୋତି ଦେଉଥିବା ଦେଖିବାକୁ ମିଳିଛି।
ସରକାରଙ୍କ ପକ୍ଷରୁ ଏହାକୁ ସିମେଣ୍ଟ ଓ କଂକ୍ରିଟରେ ନିର୍ମାଣ କରିବାକୁ ନିର୍ଦେଶ ରହିଥିବା ବେଳେ ଠିକାଦାର ମାଟିରେ ଉକ୍ତ ରାସ୍ତାକୁ ପୋତିଦେଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ସରକାର ଝଡେଶ୍ୱର ମନ୍ଦିର ପାଇଁ ଅନେକ ଦିନ ପରେ ସୁନ୍ଦର ସଶକ୍ତ କଂକ୍ରିଟ ରାସ୍ତା ନିର୍ମାଣ କରିଥିବା ବେଳେ ମେଗା ଠିକା ସଂସ୍ଥା କଂକ୍ରିଟ ରାସ୍ତାକୁ ଭାଙ୍ଗି ପାଇପ୍ ପକାଇ ମାଟିରେ ପୋତୁଛନ୍ତି । ଏହାକୁ ନେଇ ଜନସାଧାରଣ ଅସନ୍ତୋଷ ହେଉଥିବାର ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ ଜଳ ଯୋଗାଣ ଠିକାଦାର  ରାସ୍ତା ଖୋଳି ମରାମତି କାର୍ୟ୍ୟ କରିଥିଲେ ଏଥିରେ ପାଣି ସମସ୍ୟା ଦୂର ହୋଇଥିବା ବେଳେ ଖୋଳା ରାସ୍ତାକୁ ଠିକାଦାର ଠିକ୍ ଭାବରେ ମରାମତି ନକରି ସେହି ସ୍ଥାନରେ ବାଲି ଓ ମାଟି ପକାଇ ଦେଇ ନିଜ କାମ ସାରି ଦେଇଥିଲେ। ହେଲେ ଏହା ଜନସାଧାରଣଙ୍କ ପାଇଁ  କଣ୍ଟା ସାଜିଛି । ସଂପୃକ ବିଭାଗ ଦୃଷ୍ଟିଦେବା ସହ କଂକ୍ରିଟରେ ରାସ୍ତାକୁ ଭଲଭାବରେ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories