www.samajalive.in
Monday, December 8, 2025
24.1 C
Bhubaneswar

୧୪ଦଫା ଦାବିରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ

କେନ୍ଦୁଝରଗଡ଼ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେନ୍ଦୁଝର ଜିଲା ଶାଖା ପକ୍ଷରୁ ବୁଧବାର କ୍ରାନ୍ତି ଦିବସ ଅବସରରେ ୧୪ଦଫା ଦାବିରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ ସହ ଧାରଣାରେ ସାମିଲ ହୋଇଥିଲେ। ସଂଘର ଜିଲା ସଭାପତି ରଘୁନାଥ ବେହେରା ଓ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ ଶିକ୍ଷକ ଭବନରୁ ଏକ ଶୋଭାଯାତ୍ରାରେ ସହର କପରିକ୍ରମା ପରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସସହ ଧାରଣାରେ ବସିଥିଲେ। ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଥିବା ଶିକ୍ଷକ କର୍ମଚାରୀ ନିୟମାନୁଯାୟୀ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟଗୁଡିକୁ ସପ୍ତମ ବେତନ କମିଶନ ଅନୁଯାୟୀ ବେତନ ପ୍ରଦାନ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସରକାରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭତ୍ତିକ ଶିକ୍ଷକ ମାନଙ୍କର ୬ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଲାଗୁ କରାଯିବା, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି, ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦ ପୂରଣ, ଆରଏସିପି ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ, ୨୮୦୦ଗ୍ରେଡ ପେ ଉପରେ ଥିବା ଅସଙ୍ଗତି ଦୂରୀକରଣ, ୪୮ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟି.ଜି.ସ୍କେଲ ବେତନ ପ୍ରଦାନ, ବି.ଏ ବିପିଏଡ୍‌‌ ଯୋଗ୍ୟତାଧାରୀ କ୍ରୀଡା ଶିକ୍ଷକଙ୍କୁ ଟି.ଜି.ସ୍କେଲ ବେତନ ପ୍ରଦାନ ଆଦି ଦାବିରେ ଶିକ୍ଷକ ମାନଙ୍କ ପକ୍ଷରୁ ଏହି ଧରାରଣା ଦିଆଯାଇଥିଲା। ଉପରୋକ୍ତ ଦାବି ପୁରଣ ନେଇ ଆସନ୍ତା ୧୬ ତାରିଖ ଭୁବନେଶ୍ୱର ଠାରେ ଶିକ୍ଷକ ଦାବି ଦିବସ ପାଳନ ପରିପ୍ରେକ୍ଷୀରେ ଓଷ୍ଟା ପକ୍ଷରୁ ଆୟୋଜିତ ହେବାକୁଥିବା ମହାସମାବେଶରେ ଜିଲା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସାମିଲ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସମ୍ପାଦକ ଶ୍ରୀ ମିଶ୍ର କହିଥିଲେ। ସଂଘ ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ୍‌‌କ୍ରମରେ ସଂଘ କାର୍ଯ୍ୟକାରୀ ସଭାପତି ପ୍ରଦୀପ ହଜାରୀ ଓ ଯୁଧିଷ୍ଠିର ମହାନ୍ତ, ଉପସଭାପତି ରଞ୍ଜନ ଘଡେଇ, ମନ୍ମଥନାଥ ମହାନ୍ତ, ପୁଷ୍ପାଞ୍ଜଳି ମିଶ୍ର ଓ ଅନୀତା ମିଶ୍ର, ଯୁଗ୍ମସମ୍ପାଦକ ଜ୍ଞାନରଞ୍ଜନ ଦେଓ, ରାଜ୍ୟ ସହସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ରାଜ୍ୟ ଉପଦେଷ୍ଟା ଭିକାରୀ ଚରଣ ସାହୁ, ରାଜ୍ୟ ପୂର୍ବତନ ସମ୍ପାଦକ କାହ୍ନୁଚରଣ ସାମଲ, ଜିଲା ଉପଦେଷ୍ଟା ଶାନ୍ତନୁ ୍‌‌କୁମାର ମିଶ୍ର ଓ କ୍ଷୀରୋଦ କୁମାର ରାଉତ ପ୍ରମୁଖ ଉପରୋକ୍ତ ଦାବି ସମ୍ବଳିତ ସ୍ମାରକପତ୍ରକୁ ଜିଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ପ୍ରମୁଖ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories