www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ପୋ ବୋତଲରେ ୨୦ କୋଟିର କୋକେନ, କେନିୟା ମହିଳା ଅଟକ

ଡେସ୍କ: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ୨୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏତେ ଟଙ୍କାର କୋକେନ ମିଳିବା ବିମାନ ବନ୍ଦର ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ କେନିଆ ଦେଶର ଜଣେ ମହିଳାଙ୍କ ଠାରୁ ଏହି କୋକେନ ଜବତ କରାଯାଇଛି। ସମ୍ପୃକ୍ତ ମହିଳା ଜଣଙ୍କ ଦୁଇଟି ସାମ୍ପୋ ବୋତଲ ଓ କ୍ରିମ ଥିବା ବୋତଲରେ ଏହି ତରଳୀକୃତ କୋକେନ ଆଣିଥିଲେ। ତେବେ ପ୍ରଥମ ଥର ପାଇଁ କୋକେନକୁ ତରଳୀକୃତ ଭାବରେ ଅଣାଯାଇଥିବା ଜଣାପଡିଛି।

ବିମାନବନ୍ଦର ଅଧିକାରୀମାନଙ୍କ କହିବାନୁଯାୟୀ, ବୋତଲରେ ଥିବା ତରଳୀକୃତ କୋକେନ ସାଧାରଣ ସାମ୍ପୋ ଭଳି ଦେଖାଯାଉଥିବାରୁ ପ୍ରଥମେ ତାହା କୋକେନ ବୋଲି ଠଉରାଇବା କଷ୍ଟକର ଥିଲା କିନ୍ତୁ ଅଧିକ ଯାଞ୍ଚ ପରେ ତାହା ତରଳୀକୃତ କୋକେନ ବୋଲି ଜଣାପଡିଥିଲା।

- Advertisement -

କେନିଆର ନାଇରୋବିରୁ ଆସିଥିବା ସମ୍ପୃକ୍ତ ମହିଳାଙ୍କ ଠାରୁ ୧ କିଲୋଗ୍ରାମ ୯୮୩ ଗ୍ରାମ କଇଁ ଜବତ କରାଯାଇଥିଲା ଆନୁମାନିକ ବଜାର ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories