www.samajalive.in
Saturday, December 6, 2025
16.1 C
Bhubaneswar

ନିଶାସକ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି କୃଷକବଜାର

କେନ୍ଦୁଝରଗଡ଼: କେନ୍ଦୁଝର ସହର ରାମ ମନ୍ଦିର ନିକଟରେ ଥିବା କୃଷକବଜାର ନିଶାସକ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେବାମାତ୍ରେ ଏଠାରେ ନିଶାସକ୍ତଙ୍କ ଆଡ୍ଡା ଜମିବା ସହ ନିଶାସେବନ କରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ବ୍ୟବସାୟୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କୃଷକବଜାରରେ ଉଜ୍ବଳ ଆଲୋକୀକରଣ ବ୍ୟବସ୍ଥା ଅଭାବର ଫାଇଦା ଉଠାଇ ନିଶାସକ୍ତ ଯୁବ ଗୋଷ୍ଠୀଙ୍କ ପାଇଁ ଏହି ସ୍ଥାନ ବେଶ୍‌‌ ନିରାପଦ ପାଲଟିଥିବା ବେଳେ ବ୍ୟବସାୟୀଙ୍କ ପାଇଁ ଏବେ ଏହା ମୁଣ୍ଡବ୍ୟଥାର କାରଣ ପାଲିଟିଛି। ନିଶାସକ୍ତ ଯୁବକଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟା ପୂର୍ବରୁ ଉଠା ବ୍ୟବସାୟୀ ବଜାର ପରିସରରୁ ବାହାରି ମୁଖ୍ୟ ରାସ୍ତା ପାର୍ଶ୍ବରେ ବ୍ୟବସାୟ କରିବାକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ନିୟନ୍ତ୍ରିତ ବଜାର କମିଟି କେନ୍ଦୁଝର ପରିଚାଳିତ ଏହି କୃଷକବଜାରରେ ସୁରକ୍ଷାକର୍ମୀ ମୁତୟନ ଥିଲେ ମଧ୍ୟ ନିଶାସକ୍ତଙ୍କ ଚରାଭୂଇଁ ପାଲଟିଥିବା ନିଶାସକ୍ତ ଯୁବଗୋଷ୍ଠୀଙ୍କୁ ଘଉଡାଇବାରେ ସୁରକ୍ଷାକର୍ମୀ ସାହସ ଜୁଟାଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ପୁଲିସ ପ୍ରଶାସନ ପକ୍ଷରୁ କୃଷକବଜାରରେ ନିୟମିତ ଚଢ଼ାଉ କରାଯାଇ ଏହି ନିଶାସକ୍ତ ଯୁବଗୋଷ୍ଠୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଡ୍ରଗ୍ସ ଭଳି ନିଷିଦ୍ଧ ବ୍ୟବସାୟ ଉପରୁ ପର୍ଦ୍ଦାଫାସ ଉଠାଇବାକୁ ସହରର ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଆସୁଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories