www.samajalive.in
Friday, December 12, 2025
14.1 C
Bhubaneswar

ଅସହାୟ ରାଧିକାକୁ ସହାୟ ହେଲା ମହାକାଳପଡା ୟୁଥ ଗ୍ରୁପ

ବୃଦ୍ଧା ଅବସ୍ଥାରେ ଏକାକୀ ଅଭାବ ଅନଟନ ରେ ବାର ପିଣ୍ଡା ବୁଲି ଦିନ କାଟୁ ଥିବା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ବାରଡାଙ୍ଗ ଗ୍ରାମର ରାଧିକା ବେଓ୍ଵା କୁ ସହଯୋଗର ହାତ ବଢାଇଲା ମହାକାଳପଡା ୟୁଥ ଗ୍ରୁପ । କରୋନା ମହାମାରୀ ସମୟ କୌଣସି ସହାୟତା ନପାଇ ଅସହାୟ ଅବସ୍ଥାରେ ଥିବା ରାଧିକାଙ୍କୁ ମହାକାଳପଡା ୟୁଥ ଗ୍ରୁପ ସହଯୋଗ କରିଛି। ଏହି ସମୟରେ ଗ୍ରୁପର ଆବାହକ ପ୍ରତାପ ମହାନ୍ତି , ଉପ ସଭାପତି ବିଭୂତି ରାଉତ , ଉପଦେଷ୍ଟା ଦୀପକ ଚୌଧୁରୀଙ୍କ ତତ୍ଵାବଧାନ ମହାକାଳପଡା ୟୁଥ ଗ୍ରୁପର ସଦସ୍ୟ ମାନେ କିଛି ଟଙ୍କା ସହ ଚାଉଳ, ଚୁଡା , ବିସ୍କୁଟ , ଶାଢ଼ୀ ଓ ଅନ୍ୟାନ୍ୟ ସମାଗ୍ରୀ ରାଧିକା ବେଓ୍ଵାଙ୍କୁ ପ୍ରଦାନ କରିଥିଲେ । ବାସହରା ଓ ବେସାହାରା ରାଧିକାକୁ କିପରି ଘର ଖଣ୍ଡେ ଯୋଗେଇ ଦେଇ ତାର ରହିବାର ବନ୍ଦୋବସ୍ତ କରିହେବ ତାହା ମଧ୍ୟ ପ୍ରଶାସନର ଦୃଷ୍ଟି ଗୋଚର କରିଥିଲେ । ଏହି ଅବସରରେ ସଭାପତି ସୁନିଲ ଗନ୍ତାୟତ , ସେକ୍ରେଟାରୀ ପ୍ରତାପ ତ୍ରିପାଠୀ , ପ୍ରଭାତ ଜେନା , ବାପି ଗୋଛାୟତ , ବିଚିତ୍ର ବେହେରା , ମହେଶ୍ୱର ପାଈଟାଳ, ସମୀର ଦାସ ପ୍ରମୁଖ ଊପସ୍ଥିତ ରହି ବାସହରା ଓ ବେସାହାରା ରାଧିକାକୁ କିପରି ପ୍ରଶାସନର ସମସ୍ତ ସହଯୋଗ ମିଳିବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories