www.samajalive.in
Saturday, December 13, 2025
26.1 C
Bhubaneswar

ସ୍ତ୍ରୀକୁ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲା ସ୍ବାମୀ

କେନ୍ଦ୍ରାପଡା : ପାରିବାରିକ କଳହ କାରଣରୁ ସ୍ତ୍ରୀକୁ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଗରାପୁର ଗାଁରେ । ଉକ୍ତ ଗାଁରେ ଝଜିନ୍ଦ୍ର ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ଘୁଙ୍ଗୁରୀ ମଲ୍ଲିକଙ୍କ ମଧ୍ୟରେ ପରିବାରର କୌଣସି ଘଟଣାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଧିରେ ଧିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ବଢିଥିଲା । ପାଟିତୁଣ୍ଡ ଏତେ ଭୟଙ୍କର ହେଲା ଯେ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଦେଇଥିଲା ସ୍ୱାମୀ ଝଜିନ୍ଦ୍ର । ଏହାପରେ ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଭଳି ଘଟଣାର ଖବର ପାଇଁ ପଡୋଶୀରେ ରହୁଥିବା ଲୋକମାନେ ପୁଲିସକୁ ଖବର ଦେଇଥିଲା ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ୱାମୀ ଝଜିନ୍ଦ୍ରଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେପଟେ ଘୁଙ୍ଗୁରିଙ୍କ ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories