www.samajalive.in
Monday, December 8, 2025
24.1 C
Bhubaneswar

କାଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣା: ୭୫ ଦିନ ପରେ ମିଳିଲା ଦ୍ୱିତୀୟ ପାଇଲଟଙ୍କ ମୃତଦେହ

ଶ୍ରୀନଗର: ଜମ୍ମୁ କାଶ୍ମୀରର କାଠୁଆ ଜିଲାରେ ଅଗଷ୍ଟ ୩ ତାରିଖରେ ଘଟିଥିବା ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାରେ ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇସାରିଥିବାବେଳେ ଦ୍ୱିତୀୟ ପାଇଲଟଙ୍କ ମୃତଦେହକୁ ୭୫ ଦିନ ପରେ ଉଦ୍ଧାର କରାଯାଇଛି । ସେନା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ରଣଜିତ ସାଗର ଜଳଭଣ୍ଡାରରେ ଖସିପଡିଥିଲା । ରବିବାର ଦିନ ପାଇଲଟର କ୍ୟାପଟେନ ଜୟନ୍ତ ଯୋଶୀଙ୍କ ମୃତଦେହକୁ ପଠାନକୋଟ ନିକଟସ୍ଥ ଏହି ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଦିନଠାରୁ ଭାରତୀୟ ସେନା ଓ ନୌବାହିନୀ ପକ୍ଷରୁ ମୃତ ପାଇଲଟ କ୍ୟାପଟେନ ଜୟନ୍ତ ଯୋଶୀଙ୍କ ମୃତଦେହକୁ ଖୋଜା ଚାଲିଥିଲା । ଶେଷରେ ତାହାକୁ ଜଳଭଣ୍ଡାରର ନିମ୍ନ ଶଯ୍ୟାରୁ ବୁଡାଳିମାନେ ଉଦ୍ଧାର କରିଛନ୍ତି । ଜଳଭଣ୍ଡାରର ବିଶାଳ ଆୟତନ ଏବଂ ଗଭୀରତା କାରଣରୁ ଉଦ୍ଧାରକାରୀ ଦଳକୁ ମୃତଦେହ ଠାବ କରିବାରେ ବିଳମ୍ବ ଘଟିଥିଲା । ଏଥିପାଇଁ ମଲଟି ବିମ୍‍ ସୋନାର ଉପକରଣ ସହିତ ରିମୋଟରେ ପରିଚାଳିତ ଯାନକୁ ବ୍ୟବହାର କରାଯାଇଥିଲା ଏବଂ ପେଶାଦାର ବୁଡାଳିଙ୍କ ସହାୟତା ନିଆଯାଇଥିଲା । ପ୍ରାୟ ୩୦୦ ଥର ପାଣି ଭିତରେ ବୁଡି ୬୦୦ ଘଣ୍ଟାରୁ ଅଧିକ ସମୟ ଖୋଜାଖୋଜି ପରେ ଶେଷରେ ପାଇଲଟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories