www.samajalive.in
Monday, December 8, 2025
13.1 C
Bhubaneswar

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ଆଜି ପୁଣି ଜନନୀ ଯାତନା ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି।ପକ୍କା ରାସ୍ତାନଥିବାରୁ ଗାଁକୁ ଆମ୍ବୁଲାନ୍ସ ନ ଯିବାରୁ ଆମ୍ବୁଲାନ୍ସ ଚାଳକଙ୍କ ସମେତ, ଏନଏମ୍ ଦିଦିଙ୍କ ସହ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ପ୍ରାୟ ୩ କି.ମି କାଦୁଅ ପଚ ପଚ ଖରାପ ରସ୍ତାରେ ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀ ମହିଳାଙ୍କୁ ଆଣିଥିଲେ ।ଏଭଳି ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ଶିରିପାଇ ପଞ୍ଚାୟତ ଅନ୍ତର୍ଗତ କିଚିଖାଲ ଗ୍ରାମରେ।ଶିରିପାଇ ପଞ୍ଚାୟତ ଅନ୍ତର୍ଗତ କିଚିଖାଲ ଗ୍ରାମରେ ଆଜି ଏକ ଗର୍ଭବତୀ ମା’ ମୁନି ମାଝୀ (୨୬) ସ୍ବାମୀ ହିରୁ ମାଝୀ ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ପ୍ରଥମେ ଏନଏମକୁ ଖବର ଦେଇଥିଲେ।ଏନେଇ ଏନଏମ୍ ଦିଦି ୧୦୨ ଆମ୍ବୁଲାନ୍ସ ଗାଡିକୁ ଯୋଗାଯୋଗ କରିଥିଲେ।ହେଲେ ଦୁର୍ଭାଗ୍ୟ ବସତଃ ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ଗ୍ରାମଠାରୁ ପ୍ରାୟ ୩ କି.ମି ଦୂରରେ ଆମ୍ବୁଲାନ୍ସ ଗାଡି ଅଟକି ରହିଯାଇଥିଲା।ଏନେଇ କଦୁଉ ପଚ ପଚ ମାଟି ରାସ୍ତାରେ ଯିବାକୁ ପଡୁଥିବାରୁ ୧୦୨ ଆମ୍ବୁଲାନ୍ସ ଗନ୍ଥବ୍ୟ ସ୍ତଳରେ ପହଞ୍ଚିବାରେ ବିଫଳ ହୋଇ ମାଟି ରାସ୍ତା ମଝିରେ ଆମ୍ବୁଲାନ୍ସ ଅଟକି ରହିଥିଲା।୧୦୨ଆମ୍ବୁଲାନ୍ସ ଚାଳକ ପରିକ୍ଷିତ ନାଏକ, ଏନଏମ୍ ପ୍ରତିମା ମିଶାଲ ଏବଂ ପରିବାର ଲୋକଙ୍କ ସହାୟତାରେ ଏକ ଖଟିଆରେ ଗର୍ଭବତୀ ମା’କୁ କଦୁଅ ପଚ ପଚ ମାଟି ରାସ୍ତା ପାର କରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ।ପ୍ରଶବ ବେଦନା ଅତ୍ୟାଧିକ ହେବାରୁ ତୁରନ୍ତ ସେଠାରୁ ୧୦୨ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପ୍ରାଥମିକ ଚିକିତ୍ସା କରାଯିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories