www.samajalive.in
Friday, December 12, 2025
27.1 C
Bhubaneswar

ପୁଣି ଲଜ୍ଜା : କାଶୀପୁର ବ୍ଲକରେ ନାବାଳିକାକୁ ବକତ୍କାର ଅଭିଯୋଗ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଫାଣ୍ଡୀ ଅଧୀନସ୍ତ ଏକ ଗ୍ରାମର ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ସୁଯୋଗନେଇ ଅଭିଯୁକ୍ତ ଜଣକ ବଳତ୍କାର କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଡଙ୍ଗାସିଲ ଫାଣ୍ଡୀ ଅଧୀନସ୍ଥ ଏକ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସେହି ଗ୍ରାମର ଅନିଲ ନାମକ ଜଣେ ଯୁବକ ନାବାଳିକାଙ୍କ ଘରେ କେହି ନ ଥିବା ସମୟରେ ଘରୁକୁ ଆସି ନାବାଳିକାଙ୍କୁ ଉଠାଇ ନେଇ ଗ୍ରାମ ନିକଟରେ ଥିବା ଏକ ବଣରେ ବକତ୍କାର କରିଥିବା ନାବାଳିକାଙ୍କ ପରିବାର ଲୋକେ ଦୋରାଗୁଡା ଥାନାରେ ଏତଲା ଦେଇଛନ୍ତି।

- Advertisement -

ଏହି ଏତଲାକୁ ଆଧାର କରି ଦୋରାଗୁଡା ପୁଲିସ ୯୬/୧୯ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଅନିଲ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ପୀଡିତାଙ୍କୁ ରାୟାଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଡାକ୍ତର ମାଇନା କରାଯାଇଛି। ଏହି ସମୟରେ ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ସରକାରଙ୍କ ୫ଟି କାର୍ଯ୍ୟକ୍ରମ ପରିଦର୍ଶନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ସମୟରେ ପୀଡିତା ଏବଂ ତାଙ୍କ ପରିବାର ସହିତ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ପୀଡିତା କିଛି ଖାଇ ନ ଥିବା ପ୍ରକାସ କରିବାରୁ ରାୟଗଡା ଜିଲା ପାଳ ଜିଲା ରେଡକ୍ରସ ପାଣ୍ଠୀରୁ ଏକ ହଜାରଟଙ୍କା ପୀଡ଼ିତାଙ୍କ ପରିବାରକୁ ପ୍ରଦାନ କରିବା ପାଇଁ ବିଭାଗିୟ ଅଧୀକାରିଙ୍କୁ ପରାମର୍ଶ ଦେଇଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories