www.samajalive.in
Sunday, December 14, 2025
23.1 C
Bhubaneswar

କରୁଣାନିଧିଙ୍କ ଅସୁସ୍ଥତାରେ ପ୍ରାଣ ହରାଇଲେଣି ୨୧ ସମର୍ଥକ

ଚେନ୍ନଇ : ଡିଏମ୍‍କେ ନେତା ଏମ୍‍. କରୁଣାନିଧି ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ତାଙ୍କର ଅସୁସ୍ଥତା ଖବର ଶୁଣି ରାଜ୍ୟରେ ୨୧ଜଣ ପ୍ରାଣ ହରାଇଲେଣି। ଦାରୁଣ ଦୁଃଖଜନିତ ହୃଦ୍‍ଘାତରେ ସେମାନେ ପ୍ରାଣ ହରାଇଥିବା କୁହାଯାଉଛି; ତେବେ ସେମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। କରୁଣାନିଧିଙ୍କ ପୁଅ ତଥା ଡିଏମ୍‍କେର କାର୍ଯ୍ୟକାରୀ ସଭାପତି ଏମ୍‍.କେ ଷ୍ଟାଲିନ୍‍ଙ୍କ ସୂଚନାନୁଯାୟୀ, ପ୍ରିୟ ନେତାଙ୍କ ଗୁରୁତର ଅସୁସ୍ଥତାରେ ସମର୍ଥକମାନେ ଭାଙ୍ଗିପଡ଼ିଛନ୍ତି। ଏ ନେଇ ସେ ସମର୍ଥକମାନଙ୍କୁ ଧୈର୍ଯ୍ୟ ଧରିବାକୁ ନିବେଦନ କରିଛନ୍ତି। କୌଣସି ଅନୁଗାମୀ ଚରମ ପଦକ୍ଷେପ ନ ନେବାକୁ ଷ୍ଟାଲିନ୍‍ ନିବେଦନ କରିଛନ୍ତି। ଜଣେ ବି ସମର୍ଥକଙ୍କ ମୃତ୍ୟୁ ତାଙ୍କ ପ୍ରତି ଯନ୍ତ୍ରଣାଦାୟକ ବୋଲି ଷ୍ଟାଲିନ କହିଛନ୍ତି। ଦିବଂଗତ ଅନୁଗାମୀଙ୍କ ପାଇଁ ସେ ଶୋକବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ୯୪ବର୍ଷୀୟ କରୁଣାନିଧି କ୍ରମାଗତ ୫ଦିନ ପାଇଁ କାବେରୀ ହସ୍ପିଟାଲ ଆଇସିୟୁରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବପରି ସ୍ଥିର ରହିଛି। ରାଜ୍ୟ ତମାମ ସମର୍ଥକମାନେ ତାଙ୍କର ସୁସ୍ଥତା ପାଇଁ ପୂଜାର୍ଚ୍ଚନା ଓ ଯଜ୍ଞ ଚଳାଇଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories