www.samajalive.in
Monday, December 8, 2025
13.1 C
Bhubaneswar

ବିବାହରେ ବିଳମ୍ବ ହେଉଛି କି? କାର୍ତ୍ତିକରେ କରନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଖୁବ ପବିତ୍ର ମାସ କୁହାଯାଏ। ମାନ୍ୟତା ଅନୁଯାୟୀ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। କାର୍ତ୍ତିକ ମାସରେ ଏଭଳି କେତେକ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଅନେକଙ୍କ ବିବାହରେ ବିଳମ୍ବ ହେଉଥିବା ଦେଖାଯାଏ। ବିବାହରେ ବିଳମ୍ବ ହେଉଥିଲେ କିମ୍ବା ବାଧା ଲାଗି ରହୁଥିଲେ ଏହି ଉପାୟ ଆପଣାନ୍ତୁ..
କାର୍ତ୍ତିକ ମାସରେ କରାଯାଉଥିବା ଏହି ଉପାୟ ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହେବା ସହ ଜାତକରେ ଥିବା ଅନ୍ୟ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ..
ଶୁକ୍ଳପକ୍ଷର ପଞ୍ଚମୀ ଠାରୁ ଏକାଦଶୀ ପର୍ଯ୍ୟନ୍ତ ଭୋର ସମୟରେ ଶେଯ ତ୍ୟାଗ କରନ୍ତୁ। ଏହାପରେ ସ୍ନାନ କରି ଲାଲ ରଙ୍ଗର କପଡା ଚକି ଉପରେ ପକାଇ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ।
ମଙ୍ଗଳ ଦୋଷକୁ ଦୂର କରିବା ପାଇଁ କାର୍ତ୍ତିକ ମାସରେ ମଙ୍ଗଳବାରରେ ଶିବଲିଙ୍ଗରେ ପୂଜାରୀଙ୍କ ଦ୍ୱାରା ଗଙ୍ଗାଜଳ,କଞ୍ଚା କ୍ଷୀର,ମିଶ୍ରି ଓ ଗୋଲାପ ଜଳ ଅର୍ପଣ କରନ୍ତୁ।

ଜାତକରେ ପିତୃଦୋଷ କାରଣରୁ ବିବାହରେ ବିଳମ୍ବ ହୋଇଥାଏ। କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ପତ୍ରରେ ଦୀପ ରଖି ଏହାକୁ ନଦୀରେ ଭସାଇ ଦିଅନ୍ତୁ।
କାର୍ତ୍ତିକ ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ। ସ୍ନାନ କରନ୍ତୁ। ଏହାପରେ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ। ମାତ୍ର ରବିବାର ଦିନ ଜଳ ଅର୍ପଣ କରନ୍ତୁ ନାହିଁ।
କାର୍ତ୍ତିକ ମାସରେ ତୁଳସୀଙ୍କ ବିବାହ କରାଯିବାର ମାନ୍ୟତା ରହିଛି। ତୁଳସୀଙ୍କୁ ଲାଲ ରଙ୍ଗର ବସ୍ତ୍ର,ଓଢଣୀ ଅର୍ପଣ କରିବା ସହ ଶାଳଗ୍ରାମଙ୍କ ପୂଜା କରନ୍ତୁ।

- Advertisement -

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories