ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଆସନ୍ତାକାଲି ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାକୁ ସଂଯୋଗ କରୁଥିବା ଡେରା ବାବା ନାନକ-କରତାରରପୁର ସାହିବ୍ ରୋଡ କରିଡରର ଶିଳାନ୍ୟାସ କରିବେ। କେନ୍ଦ୍ରମନ୍ତ୍ରୀ ହରସିମ୍ରତ୍ କୌର୍ ବାଦଲ୍, ହର୍ଦୀପ୍ ସିଂହ ପୁରୀ ମଧ୍ୟ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପାକିସ୍ତାନ ଗସ୍ତ କରିବେ। ଏହି ଉତ୍ସବରେ ଯୋଗ ଦେବାପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ମନ୍ତ୍ରୀ ନବଜୋତ୍ ସିଂହ ସିଧୁଙ୍କୁ ମଧ୍ୟ ପାକିସ୍ତାନ ତରଫରୁ ନିମନ୍ତ୍ରଣ କରାଯାଇଛି।
ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ଏଥିପାଇଁ କ୍ୟୁରେସିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀମତୀ ସ୍ୱରାଜ କହିଛନ୍ତି, ପୂର୍ବରୁ ନିର୍ଦ୍ଧାରିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପ୍ରତିଶ୍ରୁତି ଦେଇଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନାହାନ୍ତି।। ଶ୍ରୀମତୀ ସ୍ୱରାଜ ଆସନ୍ତାକାଲି ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ଯିବେ।
ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଗୁରୁବାର ଦିନ ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ କରତାରପୁର କରିଡର୍ ଉନ୍ନତିକରଣ ନିମନ୍ତେ ଭୂମି ଚିହ୍ନଟ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି।
ଆସନ୍ତାକାଲି ଡେରା ବାବା ନାନକ-କରତାରରପୁର ସାହିବ ରୋଡ୍ କରିଡରର ଶିଳାନ୍ୟାସ
Popular Categories



