ବେଙ୍ଗାଲୁରୁ : ବ୍ୟାଙ୍କ ଋଣ କରାଇଦେବାକୁ ଲୋଭ ଦେଖାଇ ଏକ ଅର୍ଥଲଗାଣକାରୀ ସଂସ୍ଥାର ମୁଖ୍ୟ ଜଣେ ମହିଳାଙ୍କୁ ଯୌନ ଆବେଦନ କରିବା ଅଭିଯୋଗକ୍ରମେ ସମ୍ପୃକ୍ତ ମହିଳା ତାଙ୍କୁ ସର୍ବସାଧାରଣରେ ପ୍ରବଳ ମାଡ଼ ମାରିଥିବାର ଭିଡିଓ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଛାଇଯାଇଛି। ଏହି ଘଟଣା କର୍ଣ୍ଣାଟକର ଦାବନାଗେରେ ଜିଲାରେ ଘଟିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ, ସୋମବାର ସମ୍ପୃକ୍ତ ମହିଳା ୨ଲକ୍ଷ ଟଙ୍କାର ଋଣ ପାଇଁ ଦେୱାନ୍ ହାଉସିଂ ଫାଇନାନ୍ସ କାର୍ଯ୍ୟାଳୟକୁ ଯାଇଥିଲେ। ଏହାର ଅଧିକାରୀ ଦେବାୟା ଋଣ କରାଇଦେବାକୁ ପ୍ରତିଶୁତି ଦେଇ ମହିଳାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ। ଏଥିରେ ଉତ୍ୟକ୍ତ ମହିଳା ଦେବାୟାଙ୍କୁ କାର୍ଯ୍ୟାଳୟରୁ ବାହାରକୁ ଭିଡ଼ିନେଇ ରାସ୍ତା ଉପରେ ନିର୍ଘାତ ପିଟିଥିଲେ। କିଛି ଲୋକ ଏହାର ଭିଡିଓ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛନ୍ତି।
Popular Categories



