www.samajalive.in
Friday, December 5, 2025
26.1 C
Bhubaneswar

ଆଉ ଜଣେ ଭାରତୀୟ ମହିଳାଙ୍କୁ ହ୍ବାଇଟ୍ ହାଉସରେ ବଡ଼ ଦାୟିତ୍ବ: ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ନୀତି ନିର୍ଦେଶିକା ନିଯୁକ୍ତ ହେଲେ ମାଳା ଆଡ଼ିଗା

ଆସନ୍ତା ଜାନୁଆରୀ ୨୦ ତାରିଖରେ ଜୋ ବାଇଡ଼େନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ।  ଭାରତୀୟ ମୂଳବାସିନ୍ଦା କମଳା ହ୍ୟାରିସ ମଧ୍ୟ ସେହିଦିନ ଉପରାଷ୍ଟ୍ରପତି ଦାୟିତ୍ବ ନେବେ । ହ୍ବାଇଟ୍ ହାଉସରୁ ସେହିଦିନଠାରୁ ବାଇଡ଼େନ ପ୍ରଶାସନର କାର୍ଯ୍ୟକାଳ ଆରମ୍ଭ ହେବ । ତେବେ ଏହାମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କ ଆବାସ ହ୍ବାଇଟ୍ ହାଉସରେ ଆଉ କିଛି ଭାରତୀୟଙ୍କ ମୁହଁ ଦେଖିବାକୁ ମିଳିବ । ସେମାନଙ୍କ ମଧ୍ୟରୁ ଗୋଟିଏ ନାମ ହେଉଛି ମାଳା ଆଡ଼ିଗା । ତାଙ୍କୁ ଆମେରିକାର ପ୍ରଥମ ମହିଳା (ରାଷ୍ଟ୍ରପତି ବାଇଡ଼େନଙ୍କ ପତ୍ନୀ) ଜିଲ୍ ବାଇଡ଼େନଙ୍କ ନୀତି ନିର୍ଦେଶିକା ଭାବରେ ନିଯୁକ୍ତି ଦିଆଯାଇଛି । ମାଳାଙ୍କ ମୂଳ ଘର କର୍ଣାଟକର ଉଡ଼ୁପି ଅଞ୍ଚଳରେ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ବାଇଡ଼େନ୍ ଓ କମଳା ହ୍ୟାରିସଙ୍କ ନିର୍ବାଚନ ଅଭିଯାନରେ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ବାଇଡ଼େନ ଫାଉଣ୍ଡେସନରେ ସେ ଉଚ୍ଚଶିକ୍ଷା ଓ ସାମରିକ ନିର୍ଦୋକ ଭାବରେ କାର୍ଯ୍ୟ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପ୍ରଶାସନରେ ମାଳା ଜଡ଼ିତ ଥିଲେ । ସେତେବେଳେ ସେ  ଶିକ୍ଷା ଓ ସଂସ୍କୃତି ବିଭାଗର ଏକାଡେମୀ ପ୍ରୋଗ୍ରାମର ଉପ ସହକାରୀ ସଚିବ ରହି ଥିଲେ।  ସେ ଜାତୀୟ ସୁରକ୍ଷା କର୍ମଚାରୀଙ୍କ ସହ ମାନବିକ ଅଧିକାରର ନିର୍ଦ୍ଦେଶକ ମଧ୍ୟ ଥିଲେ।

- Advertisement -

ମାଳା ଇଲିନୋଇସର ଏବଂ ଗ୍ରିନେଲ କଲେଜରୁ ସ୍ନାତକ କରିଛନ୍ତି ।  ଏଥିସହ ସେ ମିନେସୋଟା ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ୟୁନିଭରସିଟି ଏବଂ ଚିକାଗୋ ଲ ସ୍କୁଲରୁ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ବୃତ୍ତିଧାରୀ ଆଇନଜୀବୀ ଓ ଚିକାଗୋର ଏକ ଆଇନ ପ୍ରତିଷ୍ଠାନରେ ସେ କାର୍ଯ୍ୟ କରୁଛନ୍ତି । ଓବାମା ପ୍ରଶାସନରେ ସେ ସହକାରୀ ଆଟର୍ଣି ଜେନେରାଲ ଭାବରେ ସେ କାର୍ଯ୍ୟ କରିଛନ୍ତି । ମାଲା ଆଡିଗାଙ୍କ ନିଯୁକ୍ତିପରେ  କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାର କୁନ୍ଦୁପୁର ଅନ୍ତର୍ଗତ କାକୁଞ୍ଜେ ଗାଁ  ଚର୍ଚାକୁ ଆସିଛି । କର୍ଣ୍ଣାଟକ ବ୍ୟାଙ୍କ ଲିଃ ପ୍ରତିଷ୍ଠାତା କେ ସୂର୍ଯ୍ୟନାରାୟଣଙ୍କ ପରିବାର ସହ ମାଳା ଜଡ଼ିତ ଏବଂ ବୁକର ପୁରସ୍କାର ବିଜେତା ଅରବିନ୍ଦ ଆଡ଼ିଗାଙ୍କର ସେ ସମ୍ପର୍କୀୟା ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories