www.samajalive.in
Monday, December 8, 2025
24.1 C
Bhubaneswar

ଇସ୍ତଫା ଦାବିରେ ଧାରଣାରେ ବସିଲେ କର୍ଣ୍ଣାଟକ ବିଜେପି ବିଧାୟକ

କର୍ଣ୍ଣାଟକ: କର୍ଣ୍ଣାଟକରେ ସୃଷ୍ଟ ଅଚଳାବସ୍ଥା ଜଟିଳ ଆକାର ଧାରଣ କରୁଥିବା ବେଳେ ବିଜେପିର ଏକ ପ୍ରତିନିଧି ଦଳ ବୁଧବାର ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ପରେ କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବି.ଏସ. ୟେଦୁରପ୍ପା କହିଛନ୍ତି ଯେ ସେମାନେ ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି। କଂଗ୍ରେସ-ଜେ.ଡି.ଏସ୍‍. ମେଣ୍ଟରୁ ୧୪ ଜଣ ବିଧାୟକ ଇସ୍ତଫା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସଂଖ୍ୟାଗରିଷ୍ଠତା ହରାଇଛନ୍ତି ତେଣୁ ବିଧାନସଭା ଅଧିବେଶନ ଡାକିବା କିମ୍ବା ସଂଖ୍ୟା ଗରିଷ୍ଠତା ପ୍ରମାଣର ଆଉ ଆବଶ୍ୟକତା ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।

ବେଙ୍ଗାଲୁରୁଠାରେ ବି.ଜେ.ପି. ବିଧାୟକମାନେ ରାଜ୍ୟ ସଚିବାଳୟସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ.ଏସ୍‍. ଈଶ୍ୱରପ୍ପାଙ୍କ ସମେତ ବି.ଜେ.ପି.ର ବହୁ ନେତା’ ରାଜ୍ୟଶାଖା ସଭାପତି ବି.ଏସ୍‍. ୟେଦୁରପ୍ପାଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି। ଇତିମଧ୍ୟରେ କଂଗ୍ରେସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories