www.samajalive.in
Monday, December 8, 2025
13.1 C
Bhubaneswar

ରଣବୀର ସିଂଙ୍କ ଜନ୍ମଦିନରେ କରନ ଘୋଷଣା କଲେ ନୂଆ ସିନେମା

ମୁମ୍ବଇ: ଅଭିନେତା ରଣବୀର ସିଂଙ୍କ ଜନ୍ମଦିନ ପାଳନ ଅବସରରେ କରନ ଜୋହର ତାଙ୍କର ନୂଆ ସିନେମା ସମ୍ପର୍କରେ ଘୋଷଣା କରିଛନ୍ତି । ପାଞ୍ଚବର୍ଷର ବ୍ୟବଧାନ ପରେ କରନ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବେ ବୋଲି ଜଣାଯାଇଛି । ଏହାର ଶୀର୍ଷକ ରଖାଯାଇଛି “ରକି ଔର ରାନି କି ପ୍ରେମ କାହାନି’ । ଏଥିରେ ରଣବୀରଙ୍କ ସହିତ ଆଲିଆ ଭଟ୍ଟ ଅଭିନୟ କରିବେ । ସୂଚନାଯୋଗ୍ୟ ଯେ ପୂର୍ବରୁ କରନ ଜୋହର ଦର୍ଶକଙ୍କୁ ‘କୁଛ କୁଛ ହୋତା ହେ’, ‘କଭି ଖୁସି କଭି ଗମ୍‍’, ‘କଭି ଅଲବିଦା ନା କେହନା’ ଭଳି ତାଙ୍କ ନିର୍ଦ୍ଦେଶିତ ହିଟ୍‍ ଚଳଚ୍ଚିତ୍ର ଭେଟି ଦେଇସାରିଛନ୍ତି । ଏବେ ଦୀର୍ଘ ଦିନ ପରେ ପୁଣି ସେ ନିର୍ଦ୍ଦେଶକ ଭାବରେ ଆସିବେ । ୨୦୧୦ରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମାଇଁ ନେମ୍‍ ଇଜ ଖାନ୍‍’, ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଆଦି ମୁକ୍ତିଲାଭ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ଥିଲା ‘ଏ ଦିଲ୍‍ ହେ ମୁସ୍କିଲ’ ଏବଂ ଏହା ୨୦୧୬ରେ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲା । ସେହି ଚଳଚ୍ଚିତ୍ରରେ ରଣବୀର କପୁର, ଅନୁଷ୍କା ଶର୍ମା ଏବଂ ଐଶ୍ୱର୍ଯ୍ୟା ରାୟ ବଚନ ଅଭିନୟ କରିଥିଲେ । ସେବେଠାରୁ ସେ ଆଉ କୌଣସି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇନାହାନ୍ତି ।
ନୂଆକରି ନିର୍ମାଣ ହେବାକୁ ଥିବା ‘ରକି ଔର ରାନି କି ପ୍ରେମ କାହାନି’ର କାହାଣୀ ଲେଖିଛନ୍ତି ଇଶିତା ମୋଇତ୍ର, ଶଶାଙ୍କ ଖୈତାନ ଏବଂ ସୁମିତ ରୟ । ଏହା ୨୦୨୨ରେ ଆସିବା ଯୋଜନା ରହିଛି । ଚଳଚ୍ଚିତ୍ରଟି କରନଙ୍କ ନିଜ ପ୍ରଯୋଜନା ସଂସ୍ଥା ଧର୍ମା ପ୍ରଡକ୍ସନସ୍‍ ବ୍ୟାନରରେ ନିର୍ମିତ ହେବ ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories