www.samajalive.in
Wednesday, November 19, 2025
29.1 C
Bhubaneswar

ଆର.ଜି କର ମାମଲାର ସିଧା ପ୍ରସାରଣ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲେ କପିଲ ସିବଲ

ଡେସ୍କ: କୋଲକାତାର ସରକାରୀ ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କର୍ତ୍ତବ୍ୟରତ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ମଙ୍ଗଳବାର ଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଶୁଣାଣି ଆରମ୍ଭରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ଏସିଡ୍ ଆକ୍ରମଣର ଧମକ ମିଳୁଥିବାରୁ ମାମଲାର ସିଧା ପ୍ରସାରଣ ବନ୍ଦ କରାଯାଉ। ସେ କହିଛନ୍ତି ଯେ ଏପରି ନୁହେଁ ଯେ ସେମାନେ ଅଭିଯୁକ୍ତଙ୍କ ପାଇଁ ହାଜର ହେଉଛନ୍ତି, ତଥାପି ସେମାନେ ଏଭଳି ଧମକର ସମ୍ମୁଖୀନ ହେଉଛନ୍ତି। ସିବଲ କୋର୍ଟଙ୍କୁ ଆହୁରି କହିଛନ୍ତି ଯେ ତାଙ୍କ ଚାମ୍ବରରେ ମହିଳା ଓକିଲମାନଙ୍କୁ ଦୁଷ୍କର୍ମ ଧମକ ମିଳୁଛି।

ତେବେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହା ଏକ ଜନସ୍ୱାର୍ଥ ପ୍ରସଙ୍ଗ ବୋଲି କହିବା ସହ ଏହା ଏକ ଖୋଲା ଅଦାଲତ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଆହୁରି ମଧ୍ୟ କହିଛନ୍ତି ଯେ ଅଦାଲତ ଯେକୌଣସି ବିପଦର ସାମ୍ନା କରିବେ, କିନ୍ତୁ ମାମଲାର ସିଧା ପ୍ରସାରଣ ବନ୍ଦ କରିବା ପାଇଁ ମନା କରିଛନ୍ତି।

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories