mission shakti banner

ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସହ ସମ୍ପନ୍ନ ହେଲା ମହାପର୍ବ ଛଟ୍‌‌

nua o banner

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ବସଵାସ କରୁଥିବା ବିହାର ପ୍ରଦେଶର ବାସିନ୍ଦା ଛଟ୍‌‌ ପର୍ବ ଧୁମଧାମରେ ପାଳନ କରିଛନ୍ତି । କାର୍ତ୍ତିକ ଶୁକ୍ଳ ଷଷ୍ଠୀ ଦିନ ଆଜି ହେଉଛି ଛଟ୍‌‌ ମହାପର୍ବର ଚତୁର୍ଥ ଦିନ। ସକାଳ ଉଦିତ ସୂର୍ୟ୍ୟଙ୍କୁ ଅର୍ଘ୍ୟ ଦେବା ସହ ସମ୍ପନ୍ନ ହୋଇଛି ଉତ୍ତର ପୂର୍ବ ଭାରତର ମହାପର୍ବ ଛଟ୍‌‌ । ଵିଧି ଅନୁସାରେ କାଲି ସନ୍ଧ୍ୟା ଅସ୍ତଗାମୀ ସୂର୍ଯ୍ୟକୁ ଅର୍କ ଦେବା ପରେ ଆଜି ସୂର୍ୟୋଦୟ ପୂର୍ବରୁ ପୋଖରୀ ଘାଟରେ ପରିବାର ସହ ଏକତ୍ରିତ ହୋଇଥିଲେ । ସୂର୍ୟୋଦୟ ପ୍ରତୀକ୍ଷାରେ ପୋଖରୀ ପାଣିରେ ଆଣ୍ଠୁ ପର୍ୟ୍ୟନ୍ତ ଠିଆ ହୋଇ ଉଦିତ ସୂର୍ୟ୍ୟଭଗବାନଙ୍କୁ ଦୁଗ୍ଧ ଓ ଜଳର ଅର୍ଘ୍ୟ ଦେବା ସହ ସମ୍ପନ୍ନ ହୋଉଛି ୩୬ ଘଣ୍ଟିଆ ନିର୍ଜଳା ବ୍ରତ ।  ବିଧିସହ ପୂଜା ଅର୍ଚନା ପରେ ପ୍ରସାଦ ବଣ୍ଟନ ହୋଇଥିଲା।  ଯଶ, ଐଶ୍ୱର୍ଯ୍ୟ ପ୍ରଦାନ କାରି ଏହି ମହାପର୍ବ  ମୁଳତଃ ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ ନିବାସି ସହ ଅନ୍ୟ ସମ୍ପ୍ରଦାୟରେ ମଧ୍ୟ ଆସ୍ଥା ଓ ବିଶ୍ୱାସ ଦେଖିବାକୁ ମିଳିଥିଲା।

Comments are closed.