www.samajalive.in
Monday, December 8, 2025
24.1 C
Bhubaneswar

ଅଁଳା ନବମୀ ବିଶେଷ ; ଚମକିବ ଭାଗ୍ୟ,ପୂରଣ ହେବ ମନସ୍କାମନା

କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଚଳିତ ବର୍ଷ ଅକ୍ଷୟ ନବମୀ କିମ୍ବା ଅଁଳା ନବମୀ ନଭେମ୍ବର ୨ରେ ପାଳନ କରାଯିବ। ଏହି ଦିନ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିବାର ନିୟମ ରହିଛି। ତେଣୁ ଏହାକୁ ଅଁଳା ନବମୀ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ଅଁଳା ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି।  କାର୍ତ୍ତିକ ଶୁକ୍ଳ ନବମୀରେ ଅଁଳା ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। ଜୀବନରେ ଖୁସି, ସୁଖସମୃଦ୍ଧି, ଧନସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ଅଁଳା ନବମୀରେ ଅଁଳା ବୃକ୍ଷର ପରିକ୍ରମା କରାଯାଇଥାଏ। ଏହାସହ ସୂତା ବନ୍ଧାଯାଇଥାଏ। ମାନ୍ୟତା ଅନୁଯାୟୀ ଅଁଳା ବୃକ୍ଷର ପରିକ୍ରମା କରି ସୂତା ବାନ୍ଧିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଏହିଦିନ ଅଁଳା ବୃକ୍ଷ ତଳେ ସାତ୍ତ୍ୱିକ ଭୋଜନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ। ପଦ୍ମପୁରାଣ ଅନୁଯାୟୀ, ଅଁଳା ନବମୀ ଦିନ ଏହି ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ। ତେଣୁ ଏହାକୁ ଅକ୍ଷୟ ନବମୀ କୁହାଯାଏ। ଭଗବାନ ବିଷ୍ଣୁ ଏହି ବୃକ୍ଷରେ ବାସ କରିଥାଆନ୍ତି ବୋଲି ମାନ୍ୟତା ଥିବାରୁ ଏହି ବୃକ୍ଷର ପୂଜାର୍ଚ୍ଚନା ଦ୍ୱାରା ଧନ, ବିବାହ, ସନ୍ତାନ, ଦାମ୍ପତ୍ୟ ଜୀବନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଅଁଳାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ଏହିଦିନ ଅଁଳା ବୃକ୍ଷ ତଳେ ବସି ଭୋଜନ କରିବା ସହ ଅସହାୟଙ୍କୁ ଭୋଜନ କରାଇବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories