www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟାମାଳରେ ଖରିଫ ପିଆଜ ଚାଷର ତାଲିମ ଶିବିର

କଣ୍ଟାମାଳ : କୃଷି ଓ କୃଷକଙ୍କ ପାଇଁ ସରକାରଙ୍କ କୃଷି ବିଭାଗ ତରଫରୁ ଗଠନ ହୋଇଥିବା ଆତ୍ମା ଯୋଜନା କଣ୍ଟାମାଳ ବ୍ଳକରେ ଦୀର୍ଘ ଦିନ ପରେ ପୁଣି ସକ୍ରୀୟ ହୋଇଥିବା ଦେଖିବାକୁ ମିଳିଛି। ସଂପ୍ରତି ଆତ୍ମା ତରଫରୁ ଖରିଫ ପିଆଜ ସଂପର୍କରେ ଏକ ତାଲିମ ଶିବିର କଣ୍ଟାମାଳ ବ୍ଲକ ଆତ୍ମା କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବର୍ଷା ଦିନିଆ ପିଆଜ ଚାଷ ଚାରା ପ୍ରସ୍ତୁତି ସଂପର୍କର ଜ୍ଞାନ କୈାଶଳ ସଂପର୍କରେ ଆଲୋଚନା କରିବା ସହିତ ଚାଷର ନିୟମାବଳୀ ସଂପର୍କରେ ତାଲିମ ଦିଆଯାଇଥିଲା।
କଣ୍ଟାମାଳ ସହକାରୀ କୃଷି ଅଧିକାରୀ ଜଗବନ୍ଧୁ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ବୈାଦ୍ଧ ଜିଲ୍ଲା ମୂଖ୍ୟ ମତ୍ସ କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର , ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗିନ୍ଦ୍ର ନାଥ ମହାପାତ୍ର, ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ଚୈାଧୁରୀ, ପାଲଝରର ବୈଷୟିକ ଅଧିକାରୀ ରଞ୍ଜିତ ଦାଶ, କଣ୍ଟାମାଳ କୃଷି କର୍ମଚାରୀ ପ୍ରମୂଖ ଉପସ୍ଥିତ ରହି ପିଆଜ ଚାଷର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ଅଞ୍ଚଳର ୨୫ ଜଣ ଅଗ୍ରଣୀ ପିଆଜ ଚାଷୀ ଯୋଗ ଦେଇଥିଲେ। ଶେଷରେ ତାଲିମ ଶିବିର ସଫଳତା କାମନା କରି ମନମୁଣ୍ଡା ସହକାରୀ କୃଷି ଅଧିକାରୀ ଦେବାଶିଶ ନାୟକ ଧନ୍ୟବାଦ ଦେଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories