www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟାମାଳ ହାଇସ୍କୁଲରେ ମୋସ୍କୁଲ ଅଭିଯାନର ସମୀକ୍ଷା ବୈଠକ

କଣ୍ଟାମାଳ :  କଣ୍ଟାମାଳ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବୈାଦ୍ଧ ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ମୋ ସ୍କୁଲ ଅଭିଯାନ ସଂପର୍କରେ ବକ୍ତବ୍ୟ ରଖିବା ସହ ଏହି ଯୋଜନା ବିଦ୍ୟାଳୟର ବିକାଶ ସହ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସଂପର୍କକୁ ଆହୁରି ଦୃଢୀଭୂତ କରିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟ ରେ ଡି.ଏସ.ଏସ ଦେବେନ୍ଦ୍ର ଦେହୁରୀ, ପୂର୍ବତନ ପ୍ରଧାନ ଶିକ୍ଷକ ଦେବରାଜ ସାହୁ, ସୁମନ୍ତ ଖଟୁଆ, ୫ ଟି ଯୋଜନାର ସଭାପତି ଦୂତିଆ ଚରଣ ସାହୁ ପ୍ରମୂଖ ଯୋଗଦେଇ ମୋ ସ୍କୁଲ ଅଭିଯାନ ସଂପର୍କରେ ଏବଂ ୫ଟି ରେ ସାମିଲ ହୋଇଥିବା କାରଣରୁ ଏହାର ପୁନବିନ୍ୟାଶ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୫୦ ହଜାର ଟଙ୍କା ର ଚେକ୍ ଏବଂ ପୁର୍ବତନ ଛାତ୍ର ଶମ୍ଭୁ ପ୍ରସାଦ ସାହୁ ୧୦ ହଜାର ଟଙ୍କା ର ଚେକ ପ୍ରଦାନ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories