www.samajalive.in
Saturday, December 13, 2025
15.1 C
Bhubaneswar

୨୭ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଓ ୨ ଡ୍ରାଇଭର ଅଟକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ଦ୍ୱାରା ସତେଇସ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଦାଦନ ଶ୍ରମିକମାନେ ଧାମନଡ଼ଙ୍ଗା ଗ୍ରାମପଞ୍ଚାୟତର ରଜାମରା ଗାଁର ବୋଲି ଜଣାପଡିଛି। ଗତକାଲି ପୋଲିସ କୋଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତ୍ରିରେ ରଜାମରା ଗ୍ରାମରେ ଚାଡାଉ କରି ୧୧ ଜଣ ପୁରୁଷ, ୮ ଜଣ ମହିଳା ଓ ୮ ଜଣ ଛୋଟ ଛୁଆଙ୍କୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ କରି ପରେ ତାଙ୍କ ନିଜ ନିଜ ଘରେ ଛାଡି ଦେଇଥିବା ଜଣାପଡିଛି। ଦାଦନ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ସଜ ବାଜ କରି ବେଲପଡା ଥାନାର ଦାଦନ ସର୍ଦାର ସୁନ୍ଦର କୁମ୍ଭାର ଗାଡି ସାହାଯ୍ୟରେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆଣୁଥିଲା। ଶ୍ରମିକ ଚାଲାଣ ପାଇଁ କୋଣସି ପ୍ରକାର କାଗଜ ପତ୍ର ପୋଲିସକୁ ଦେଖେଇ ପାରିନଥିବା ବେଳେ ଦୁଇଜଣ ଡ୍ରାଇଭର ଓ ସର୍ଦାର କୁମ୍ଭାରକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଥିବା ବେଳେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଆଜି ସନ୍ଧ୍ୟାରେ ୨ ଜଣ ଇନ୍ଦ୍ର ସୁନା (ମୁରିବାହାଲ ) ଓ ବିମ୍ବାଧର ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ସର୍ଦାର ସୁନ୍ଦର କୁମ୍ଭାର ଅସୁସ୍ଥ ହେବାରୁ ବଲାଙ୍ଗୀର ଡାକ୍ତରଖାନାକୁ ପଠାଯାଇଥିବା ତଦନ୍ତକାରି ପୋଲିସ ଅଧିକାରୀ ପି କେ ଦୁରିଆ ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories