କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଞ୍ଜରେ ୯ ଟିକିଆ ହାତୀପଲ ଦେଖିବାକୁ ମିଳିଛି। ହାତୀମାନେ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛନ୍ତି। ଆଜି ଏହି ହାତୀମାନଙ୍କୁ ଢୋଲମାନ୍ଦଲ ଗାଁ ପାଖ ଜଙ୍ଗଲରେ ଦେଖିବାକୁ ମିଳିଛି। ବନ ବିଭାଗ ହାତୀ ଘଉଡାଇବାର ଉଦ୍ୟମ ଜାରି ରଖିଛି। ଏହି ହାତୀ ପଲ କିଛି ଦିନ ପୂର୍ବରୁ ମୁରିବାହାଲ ରେଞ୍ଜର ଅନେକ ଗାଁରେ କ୍ଷୟ କ୍ଷତି କରିଥିବା ବେଲା ବଙ୍ଗୋମୁଣ୍ଡା ରେଞ୍ଜର ଅନେକ ଗାଁରେ କ୍ଷୟ କ୍ଷତି କରିଛି। ହାତୀ ବଙ୍ଗୋମୁଣ୍ଡା ରେଞ୍ଜ ଛାଡି ଏବେ କଣ୍ଟାବାଞ୍ଜି ରେଞ୍ଜ ପହଞ୍ଚିଛି।
ତେବେ ଏନେଇ ଆମେ ବଲାଙ୍ଗିର ଡିଏଫ୍ଓ ସୁଦର୍ଶନ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ହାତୀ ଯାହାର କ୍ଷୟ କ୍ଷତି କରିଛି ତାକୁ କେମିତି କ୍ଷତି ପୂରଣ ଦିଆଯିବ ସେ ଉପରେ ପଦକ୍ଷେପ ନେବା ସହ ଲୋକେ କେମିତି ସୁରକ୍ଷିତ ରୁହନ୍ତୁ ଏବଂ ହାତୀ ମଧ୍ୟ ସୁରକ୍ଷିତ ରହୁ ସେ ଉପରେ ବନ ବିଭାଗ ଧ୍ୟାନ ଦେଇଥିବା କହିଛନ୍ତି।



