www.samajalive.in
Sunday, November 16, 2025
15.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ପରିବା ବିକ୍ରେତାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଚଟୁଅନକା ଶାନ୍ତି ପେଟ୍ରୋଲ ପମ୍ପ ନିକଟ ପଞ୍ଜାବି ଢ଼ାବା ପାଖରେ ଶୁକ୍ରବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବିକ୍ରେତାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଜୋର ଥିଲା ଯେ, ବେଲପଡା ଥାନା ମୁଣ୍ଡାପଲା ଗାଁର ଜଳନ୍ଧର ଦୀପଙ୍କ(୪୫)ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଜଳନ୍ଧର ପରିବା ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଆଜି କିଛି ପରିବା କଣ୍ଟାବାଞ୍ଜି ସାପ୍ତାହିକ ବଜାରରୁ କିଣି ପରେ ତାକୁ ନିଜ ଗାଁ ସହ ଆଖପାଖ ଗାଁରେ ବିକ୍ରି କରିବା ଉଦ୍ଦେଶ୍ୟରେ କଣ୍ଟାବାଞ୍ଜି ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ଜଳନ୍ଧରଙ୍କ ମୃତ୍ୟୁ ଖବର ତାଙ୍କ ସମ୍ପର୍କୀୟମାନେ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ମୃତଦେହ ରଖିବା ସହ ଟାୟାର ଜାଳି କଣ୍ଟାବାଞ୍ଜି-ବଲାଙ୍ଗିର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ପୁଲିସ ଖୋଜି ତାକୁ ଦଣ୍ଡିତ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଥିଲା। ଘଟଣାର ଖବର ପାଇ ଥାନା ଅଧିକାରୀ ରଶ୍ମିତା ବେହେରା, ଏସ.ଆଇ. ଅବିନାଶ ନାୟକ, ପୁର୍ଣ୍ଣିମା ଓରାମ, ଏଏସଆଇ ଅଶୋକ ପ୍ରଧାନଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ରାସ୍ତାରୋକ ହଟିଥିଲା। କଣ୍ଟାବାଞ୍ଜି ଡାକ୍ତରଖାନାରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories