www.samajalive.in
Monday, December 15, 2025
16.1 C
Bhubaneswar

ବନ୍ଧୁ ସାଜିଲା ଲୁଟେରା, ୧୦୬ ଗ୍ରାମ ସୁନା ଜବତ

ଭୁବନେଶ୍ବର: ବନ୍ଧୁ ଘରେ କଳାକନା ବୁଲାଇଲା ବନ୍ଧୁ। ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ବନ୍ଧୁଙ୍କୁ ଗିରଫ ସହ ୧୦୬ ଗ୍ରାମ ସୁନା ଜବତ। ସିସିଟିଭି ଫୁଟେଜରୁ ସାଙ୍ଗ ଚୋରି କରିଥିବା ଜଣାପଡ଼ିଥିଲା। ବନ୍ଧୁ ପରିବାରରେ କେହି ନଥିବାର ସୁଯୋଗ ନେଇ ବନ୍ଧୁ କଳାକନା ବୁଲାଇଦେଲା । ଲୁଟ ପରେ ସୁନା ଅଳଙ୍କାର ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ଏତଲା ଅନୁଯାୟୀ ଗତ ୫ ତାରିଖ ସକାଳ ୬ଟା ସମୟରେ ସେ ନିଜ ଘର ଚାବିକୁ ଘର ବାହାରେ ଏକ ଛତା ଭିତରେ ରଖି ଲିଙ୍ଗରାଜ ମନ୍ଦିର ଯାଇଥିଲେ। ଦିନ ପ୍ରାୟ ୨ ଟା ବେଳେ ସେଠାରୁ ଫେରି ଆସିବା ପରେ ଖଟ ଉପରେ ଜୁଏଲାରୀର କିଛି ଅଂଶ ପଡିଛି। ଆଲମିରାରୁ ସମସ୍ତ ଗହଣା ଓ ଅଳଙ୍କାର ଲୁଟ ହୋଇଥିବା ସେ ଜାଣିବାକୁ ପାଇଥିଲେ।।

ଏହାପରେ ତାଙ୍କ ଘରୁ ଲୁଟ ହୋଇଥିବା ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଉଛି ଡୁମୁଡୁମା ଫେଜ ୨ର ସନ୍ଦୀପ ଦାସ ଏବଂ ଅଭିଯୋଗକାରୀଙ୍କ ସେ ସାଙ୍ଗ ବୋଲି ତଦନ୍ତ ବେଳେ  ପୁଲିସ ଜାଣିବାକୁ ପାଇଥିଲା। ଉଭୟ ବନ୍ଧୁ ହୋଇଥିବା କାରଣରୁ କେଉଁଠି ଚାବି ରୁହେ ତାହା ଜାଣି ଥିଲା ଅଭିଯୁକ୍ତ, ତାର ଫାଇଦା ଉଠାଇ କେହି ନଥିବା ବେଳେ କଳା କନା ବୁଲାଇଥିଲା। ପୁଲିସ ହାତରେ ଧରାପଡ଼ିବା ପରେ ଲୁଚାଇ ରଖିଥିବା ସୁନା ଅଳଙ୍କାରକୁ ପୁଲିସକୁ ଅଭିଯୁକ୍ତ ଦେଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories