www.samajalive.in
Monday, December 8, 2025
14.1 C
Bhubaneswar

ବନ୍ଧୁ ସାଜିଲା ଲୁଟେରା, ୧୦୬ ଗ୍ରାମ ସୁନା ଜବତ

ଭୁବନେଶ୍ବର: ବନ୍ଧୁ ଘରେ କଳାକନା ବୁଲାଇଲା ବନ୍ଧୁ। ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ବନ୍ଧୁଙ୍କୁ ଗିରଫ ସହ ୧୦୬ ଗ୍ରାମ ସୁନା ଜବତ। ସିସିଟିଭି ଫୁଟେଜରୁ ସାଙ୍ଗ ଚୋରି କରିଥିବା ଜଣାପଡ଼ିଥିଲା। ବନ୍ଧୁ ପରିବାରରେ କେହି ନଥିବାର ସୁଯୋଗ ନେଇ ବନ୍ଧୁ କଳାକନା ବୁଲାଇଦେଲା । ଲୁଟ ପରେ ସୁନା ଅଳଙ୍କାର ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ଏତଲା ଅନୁଯାୟୀ ଗତ ୫ ତାରିଖ ସକାଳ ୬ଟା ସମୟରେ ସେ ନିଜ ଘର ଚାବିକୁ ଘର ବାହାରେ ଏକ ଛତା ଭିତରେ ରଖି ଲିଙ୍ଗରାଜ ମନ୍ଦିର ଯାଇଥିଲେ। ଦିନ ପ୍ରାୟ ୨ ଟା ବେଳେ ସେଠାରୁ ଫେରି ଆସିବା ପରେ ଖଟ ଉପରେ ଜୁଏଲାରୀର କିଛି ଅଂଶ ପଡିଛି। ଆଲମିରାରୁ ସମସ୍ତ ଗହଣା ଓ ଅଳଙ୍କାର ଲୁଟ ହୋଇଥିବା ସେ ଜାଣିବାକୁ ପାଇଥିଲେ।।

ଏହାପରେ ତାଙ୍କ ଘରୁ ଲୁଟ ହୋଇଥିବା ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଉଛି ଡୁମୁଡୁମା ଫେଜ ୨ର ସନ୍ଦୀପ ଦାସ ଏବଂ ଅଭିଯୋଗକାରୀଙ୍କ ସେ ସାଙ୍ଗ ବୋଲି ତଦନ୍ତ ବେଳେ  ପୁଲିସ ଜାଣିବାକୁ ପାଇଥିଲା। ଉଭୟ ବନ୍ଧୁ ହୋଇଥିବା କାରଣରୁ କେଉଁଠି ଚାବି ରୁହେ ତାହା ଜାଣି ଥିଲା ଅଭିଯୁକ୍ତ, ତାର ଫାଇଦା ଉଠାଇ କେହି ନଥିବା ବେଳେ କଳା କନା ବୁଲାଇଥିଲା। ପୁଲିସ ହାତରେ ଧରାପଡ଼ିବା ପରେ ଲୁଚାଇ ରଖିଥିବା ସୁନା ଅଳଙ୍କାରକୁ ପୁଲିସକୁ ଅଭିଯୁକ୍ତ ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories