www.samajalive.in
Saturday, December 6, 2025
16.1 C
Bhubaneswar

କଣ୍ଟାବାଞ୍ଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳନ 

କଣ୍ଟାବାଞ୍ଜି  : ସେପ୍ଟେମ୍ବର ୫ରେ ଭାରତ ମାତାଙ୍କ ଅନ୍ୟତମ ବରପୁତ୍ର ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜିରେ’ ଗୁରୁ ଦିବସ’ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ୟ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ସାହୁ, ଉପସଭାପତି  ସୁଷମା ମହାନନ୍ଦ , ସମ୍ପାଦକ  ବ୍ରଜଶ୍ୟାମ ଗୁରୁ ଓ କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା ମଞ୍ଚାସୀନ ହୋଇ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଆଚାର୍ୟ୍ୟ ଆଚାର୍ୟ୍ୟାଙ୍କୁ ଗୁରୁ ଶିଷ୍ୟ ପରମ୍ପରା ତଥା ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କୋଭିଡ ନିୟମ ପାଳନ ପୂର୍ବକ ଉପସ୍ଥିତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ଆଚାର୍ୟ୍ୟ ଆଚାର୍ୟ୍ୟାଙ୍କ ପୂଜାର୍ଚ୍ଚନା କରିବା ସହ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଅନଲାଇନ ମାଧ୍ୟମରେ ଅନୁଷ୍ଠାନର ଅନ୍ୟ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ରୃତା , ସଂଗୀତ ଓ ସୁଭାଷିତ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମର ସଂଯୋଜନା ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶୁଭସ୍ମିତା ପାଢୀ ଓ ସୁଶ୍ରୀ ଜ୍ୟୋତିରେଖା ମାଝୀ କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories