www.samajalive.in
Saturday, December 13, 2025
26.1 C
Bhubaneswar

ଆମ୍ବୁଲାନ୍ସ ଧକ୍କାରେ ଯୁବକ ଗୁରୁତର, ଚାଳକ ଥାନାରେ ଅଟକ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା କନ୍ଧବାହାଲ ଗାଁ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୋମବାର ସକାଳୁ ବଙ୍ଗୋମୁଣ୍ଡା ବ୍ଲକ ପାତଲପଡ଼ାରୁ ଜଣେ ରୋଗୀ କଣ୍ଟାବାଞ୍ଜି ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସରେ ଆସୁଥିଲେ। ଏହି ସମୟରେ କନ୍ଧବାହାଲ ଗାଁ ନିକଟରେ ଶ୍ୟାମଲାଲ ସୁନାନୀ ନାମକ ଜଣେ ପନିପରିବା ବ୍ୟବସାୟୀ କଣ୍ଟାବାଞ୍ଜି ବଜାରକୁ ଆସୁଥିବା ବେଳେ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଘଟଣା ସ୍ଥଳରୁ ଫେରାର ମାରିଥିଲା ଆମ୍ବୁଲାନ୍ସ। ସ୍ଥାନୀୟ ଲୋକେ ଖବର ପାଇ ଗୁରୁତର ଅବସ୍ଥାରେ ଶ୍ୟାମଲାଲ ସୁନାନୀଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଛି। ସେପଟେ କଣ୍ଟାବାଞ୍ଜି ପୁଲିସ ଘଟଣାର ତଦନ୍ତ କରି ଆମ୍ବୁଲାନ୍ସ ଚାଳକ ତାରାକାନ୍ତ ବାଗଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories