www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ମିଲା-ଉନ-ନଵୀ ଧୁମଧାମରେ ପାଳିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ମୁସଲିମ ସମାଜ ଓ ୟଙ୍ଗ ମୁସଲିମ କମିଟି ତରଫରୁ ଆଜି ପେଗାମ୍ବର ହଜରତ ମହମ୍ମଦଙ୍କ ଜନ୍ମତ୍ସବ ମିଲା-ଉନ-ନଵୀ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମାଜ, ଝରଣୀ ଜମାତ ମୁସଲିମଙ୍କ ସହ ସ୍ଥାନୀୟ ପୂର୍ବତନ ବିଧାୟକ ହାଜି, ମହମ୍ମଦ ଆୟୁବ ଖାନ, ହାଜି ଅବଦୁଲ ଗଫାର, ହାଜି ଫିରୋଜ ଖାନ, ହାଜି ମୁଜିବ ଖାଁ, ମହମ୍ମଦ ସବୀର, ତାହିର ଖାନ, ଅବଦୁଲ ରଫିକ, ଦୀପକ ମନ ହୀରା, ମହମଦ ନଦୀମ, ଅବଦୁଲ ସାଜିଦ, ଅବଦୁଲ ନିଜାମ ଏବଂ ଶତାଧିକ ମୁସଲିମ ଧର୍ମବାଲମ୍ବୀ ଆଶ୍ରମ ପଡା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସ୍ଥାନୀୟ ମସଜିଦ ପହଂଚି ନମାଜ ପ୍ରାର୍ଥନା କରିଥିଲେ ଏବଂ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଏହି ଶୁଭ ଅବସରରେ ମସଜିଦ ପରିସରରେ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories