ନବରଙ୍ଗପୁର: ନବରଙ୍ଗପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୫ ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସହରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ଉଠା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ଦାସ, ନବରଙ୍ଗପୁର ମହିଳା ଡିଗ୍ରୀ ମହ।ବିଦ୍ୟାଳୟର ଅଧ୍ୟ।ପିକା ଡ଼ଃ. ସଂଯୁକ୍ତା ପଣ୍ଡା, ସମାଜସେବୀ ବିରେନ୍ଦ୍ର ମୋହନ ନାୟକ, ଦ।ଶରଥୀ ପଟନାୟକ, ଉତ୍କଳ ପରିଷଦର ଉପଦେଷ୍ଟା ଦେବେନ୍ଦ୍ର ପ୍ରଧାନ ଓ ଉପସଭାପତି ପ୍ରଭାସିନୀ ମହାନ୍ତି, ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ପ୍ରସନିକ ପ୍ରମୁଖ ସର୍ବେଶ୍ୱର ତ୍ରିପାଠୀ, ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରର ସମ୍ପ।ଦକ ରବି ସାହୁ, ‘ସମାଜ’ର ଜିଲା ପ୍ରତିନିଧି ବାଙ୍କ ବିହାରୀ ବିଷୋୟୀ, ସାମ୍ବାଦିକ ରାମଚନ୍ଦ୍ର ଦଳେଇ, କପିଳ ବିଷୋୟୀ, ନୀଳ ନାୟକ ଓ ଶୁଭମ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଉତ୍କଳମଣିଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରି ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜସେବା କରିବାକୁ ଗୁରୁତ୍ୱ ଦେଇଥିଲେ।
Popular Categories



