www.samajalive.in
Saturday, December 6, 2025
26.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରୀ କଳ୍ପନା ଦଶମ ପରୀକ୍ଷାରେ ବ୍ଳକ ଟପର

କଣ୍ଟାବାଞ୍ଜି : ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା ହୋଇଯାଇଛି। ତୁରେକେଲା ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୧୨ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ କୁଇବାହାଲ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଛାତ୍ରୀ କଳ୍ପନା ବନଛୋର B1 ଗ୍ରେଡ ୭୭%ପାଇ ତୁରେକେଲା ବ୍ଳକରେ ଟପର ହୋଇଛନ୍ତି। ତାଙ୍କର ସଫଳତାରେ କୁଲିହାଦୋର ନିବାସୀ ତାଙ୍କ ମାଆ,ବାପା ଯୁଧିଷ୍ଠିର ବନଛୋର,ଗ୍ରାମବାସୀ ତଥା ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ। ତୁରେକେଲା ବ୍ଳକର ବିଆରଟି ଜ୍ୟୋତି ବିକାଶ ବାରିକ ଓ ସମାଜସେବୀ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ ତାଙ୍କ ଗ୍ରାମକୁ ଯାଇ କଳ୍ପନାକୁ ଉପଢୌକନ ଓ ପୁସ୍ତକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ଳକ ଶିକ୍ଷା ଅଧିକାରୀ। ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତ, ବିଆରସିସି ଶ୍ରୀ ଫକୀର ଚରଣ ବିଶି,ବିଆରଟି ସୁନିଲ ସାହୁ,କୁଲିହାଦୋର ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତି ବେହେରା, ଶିକ୍ଷକ ପ୍ରଦୀପ ପାଣିଗ୍ରାହୀ ଅଭିନନ୍ଦନ ଜଣାଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories