www.samajalive.in
Saturday, December 6, 2025
16.1 C
Bhubaneswar

ଇନ୍ଦ୍ରଧନୁ ସାହିତ୍ୟ ସଂସଦର ସାରସ୍ଵତ ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି: ଶ୍ରାବଣ ମାସର ଅୟମାରମ୍ଭରେ କରୋନାର ନିୟମ ପାଳନପୂର୍ବକ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଇନ୍ଦ୍ରଧନୁ ସାହିତ୍ୟ ସଂସଦର ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା।କବୟିତ୍ରୀ ସଞ୍ଜୁକ୍ତା ପରିଛ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନକେତନ ବରିହା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ଶିକ୍ଷକ ଅମର ବେହେରା,ସିଆରସିସି ସରୋଜ କାନ୍ତ ପାଣିଗ୍ରାହୀ ଯୋଗଦେଇଥିଲେ।ସମ୍ପାଦିକା ସୁଶ୍ରୀ ସବିତା ଭୋଇ ସ୍ୱ।ଗତ ଭାଷଣ ଦେଇଥିଲେ ଏବଂ ସିଆରସିସି କୁଞ୍ଜ ବିହାରୀ ସରାଫ ସଭା ପରିଚାଳନା କରିଥିଲେ।ସର୍ବ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ସୁଶ୍ରୀ ସବିତା ଭୋଇଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିବା କୋଶଲି ସାହିତ୍ୟ ପତ୍ରିକା ପନତକାନି ଓ ବିରଞ୍ଚି ନାରାୟଣ ଦାଶଙ୍କ ନିର୍ଝର ସାହିତ୍ୟ ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ମହାମାରୀ କରୋନା ସମୟରେ ରକ୍ତ ସଂଗ୍ରହ, ଭୋକିଲା ପେଟକୁ ଖାଦ୍ୟ, ବୁଲା ଗାଇଗୋରୁ, କୁକୁର ଓ ହରିଶଙ୍କରରେ ଭୋକିଲା ମାଙ୍କଡମାନଙ୍କୁ ଖାଦ୍ୟ ଯୋଗାଇ ଆସୁଥିବାରୁ ସଂସଦ ତରଫରୁ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କୁ ଦରଦୀ ବନ୍ଧୁ ସମ୍ମାନରେ ସମ୍ମନିତ କରିବା ପୂର୍ବକ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା।ଅତିଥି ମାନେ  କରୋନା ସଚେତନତାର ବାର୍ତ୍ତା ବାହକ ଶୀର୍ଶକ ଉପରେ ଆଲୋଚନା କରିଥିଲେ।ଆଲୋଚନାରେ ପ୍ରକୃତିବନ୍ଧୁ ଶ୍ରୀ ଦାଶ ଗଛଟିଏ ଲଗେଇ ସେଥିରେ ପାଣି ଢାଳିବାକୁ ଅନୁରୋଧ କରିଥିଲେ।ଆଲୋଚନା ପରେ ସଚେତନ ଧର୍ମୀ କବିତା ପାଠ ହୋଇଥିଲା।ତାପରେ ବୃକ୍ଷ ରୋପଣ ଓ ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଇଥିଲା।ପରିଶେଷରେ ଶ୍ରୀ ଧରମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ୟ୍ୟକ୍ରମରେ କବୟିତ୍ରୀ ସୁରୁଚୀ ମିଶ୍ର, ସଞ୍ଜୁକ୍ତା ମେହେର, ମମତା ପଣ୍ଡା, ସଞ୍ଜୁକ୍ତା ଚନ୍ଦନ, ପ୍ରତିମା ମେହେର, ଅଭିଳାଷ ଭୋଇ,, ରୁପେନ୍ଦ୍ର ମୁଣ୍ଡା, ସୋହମ ସ୍ୱରୂପ ଭୋଇ,ଶୁଭ ସ୍ନିଗ୍ଧା ପରିଛ୍ଛା,ଶ୍ୱେତା ସୋନାଲିକା ଭୋଇ ଆଦି ଯୋଗ ଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories