www.samajalive.in
Monday, December 8, 2025
14.1 C
Bhubaneswar

ସମ୍ବଲପୁର ହିଂସା ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବରୁ ବାଇକ ରାଲି ଉପରେ ହୋଇଥିବା ହିଂସାକାଣ୍ଡ ଓ ଜଣେ ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ବୁଧବାର ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ବଜରଙ୍ଗ ଦଳ କର୍ମୀମାନେ ବାଇକ ରାଲିରେ ସହର ପରିକ୍ରମା କରି ସମ୍ବଲପୁର ଦଙ୍ଗାକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା।

ସୂଚନା ଅନୁସାରେ, ଏହି ବନ୍ଦ ଡାକରା ପରିପ୍ରେକ୍ଷୀରେ ବରଗଡ଼, ବଲାଙ୍ଗୀର ଜିଲ୍ଲା ସହ ଅନ୍ୟ କିଛି ଜିଲ୍ଲା ମଧ୍ୟ ସମର୍ଥନ କରିଛନ୍ତି। କଣ୍ଟାବାଞ୍ଜି ସହରରେ ଦୋକାନ, ବଜ଼ାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଗାଡ଼ି ଚଳାଚଳ, ସ୍କୁଲ କଲେଜ ବନ୍ଦ ରହିଛି। କିନ୍ତୁ କିଛି କଲେଜରେ ପରୀକ୍ଷା ଚାଲିଥିବାରୁ ଓ ଜରୁରୀକାଳୀନ କାର୍ଯ୍ୟରେ କାର୍ଯ୍ୟରତ ସଂସ୍ଥାଗୁଡିକୁ ବାଦ ଦିଆଯାଇଛି। ଦୈନିକ ବଜାର, ପନିପରିବା ଦୋକାନ ଖୋଲାଥିବା ଦେଖାଯାଇଥିଲା। ଜୁଡ଼ିସିଆଲ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ଥିବାବେଳେ ସ୍ଥାନୀୟ ବାର ତରଫରୁ ଓକିଲଙ୍କ ପକ୍ଷରୁ ଟାଇମ ପିଟିସନ ଦେବାରୁ କୋର୍ଟ କାର୍ଯ୍ୟ ହୋଇପାରି ନାହିଁ। ବସ୍, ଗାଡି ଚଳାଚଳ ବନ୍ଦ ଥିବାରୁ ଲୋକେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ। ସହରରେ ଶାନ୍ତି ଶୃଙ୍ଖଳା ପାଇ ପ୍ରତ୍ୟେକ ଛକରେ ପୁଲିସ ମୁତୟନ କରାଯାଇଛି।

- Advertisement -

ଆଜିର ଏହି ଆନ୍ଦୋଳନରେ ବିଶ୍ବହିନ୍ଦୁ ପରିଷଦ ସଭାପତି ତୁରେକେଲା ବ୍ଲକ କାଁହୁ ଚରଣ ମିଶ୍ର, ମୋହନ ଶର୍ମା ଜିଲ୍ଲା ସଭାପତି, ସଂପାଦକ ହରିହର ଠାକୁର, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ ୟାଦବ, ବିଜେପି ଜିଲ୍ଲା ସମ୍ପାଦକ ଅଜୟ ଶର୍ମା, ବିଜେପି ନଗର ସଭାପତି ବେଦ ବ୍ୟାସ ନାଗ, ପ୍ରଦୀପ ବାଗ, ବଜରଙ୍ଗ ଦଳ କଣ୍ଟାବାଞ୍ଜିରୁ ସୁରେଶ ବେହେରା, ନିଶିକାନ୍ତ ମହାପାତ୍ର, ରାଜୁ ବାରିକ ଓ ଶତାଧିକ ଲୋକ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories