www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀକ୍ଷେତ୍ରରେ ପ୍ରାୟଶ୍ଚିତ କଲେ କଂସରାଜ, ମହୋଦଧିରେ ସ୍ନାନ କରିବା ସହ ପଇତାକୁ କଲେ ବିସର୍ଜନ

ପୁରୀ: ବରଗଡର ମଥୁରାପୁରୀକୁ ଥରହର କରୁଥିବା କଂସ ମହାରାଜ ଏବେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି। ଏହି ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶ୍ରୀକ୍ଷେତ୍ରରେ ପହଞ୍ଚି ପବିତ୍ର ମହୋଦଧିରେ ସ୍ନାନ କରିଛନ୍ତି। ପରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସମ୍ମୁଖରେ ସାଷ୍ଠାଙ୍ଗ ପ୍ରଣିପାତ ହୋଇ ପାପ କ୍ଷୟ ପାଇଁ ପ୍ରାର୍ଥନା କରିଛନ୍ତି।

ଦର୍ଶନ କରିସାରି ଶ୍ରୀ ପ୍ରଧାନ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ଧନୁଯାତ୍ରାରେ ସେ  କଂସ ଚରିତ୍ରରେ ଅଭିନୟ କରିବା ସମୟରେ ବାଧ୍ୟତାମୂଳକ ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଅନେକ ଆକ୍ଷେପ ଓ କଟୁକ୍ତି ପ୍ରୟୋଗ କରିଥିବାରୁ ଶ୍ରୀକୃଷ୍ଣରୂପୀ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜର ଦୋଷ ପାଇଁ କ୍ଷମା ପ୍ରାର୍ଥନା କରୁଛି। ଏହାପରେ ସେ ଗୋବର୍ଦ୍ଧନପୀଠକୁ ଯାଇ ସେଠାରେ ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଦର୍ଶନ କରିବା ସହିତ ତାଙ୍କର ଶରଣାପନ୍ନ ହେବେ।

- Advertisement -

ଅନ୍ଧାରରୁ ଅଲୋକ, ଅଧର୍ମ ରୁ ଧର୍ମ, ଅସତ୍ୟ ରୁ ସତ୍ୟ ଏବଂ ମୃତ୍ୟୁରୁ ଅମୃତ ପ୍ରାପ୍ତିର ମହନୀୟ ସନ୍ଦେଶ ଦେଇ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦଯାପିତ ହୋଇଯାଇଛି। ଏଥିସହ ଏଗାର ଦିନ ଧରି ଚାଲିଥିବା ଏହି ମହାନାଟକର ଯବନୀକା ପଡ଼ିଛି। ଅନ୍ତିମ ସନ୍ଧ୍ୟାର ଦୃଶ୍ୟ ଥିଲା ବେଶ ଚିତାକର୍ଷକ। କୃ଼ଷ୍ଣ ଓ ବଳରାମ ମଥୁରାପୁରରେ ପହଂଚିଥିବା ଖବର ପାଇ ମହାରାଜ କଂସ ବିଚଳିତ ହୋଇପଡ଼ିଥିଲେ। ରାଜପ୍ରାସାଦର ବିଭିନ୍ନ ଦ୍ୱାରରେ ସୈନ୍ୟସାମନ୍ତ ଓ ସେନାପତି ମୁତୟନ କରିଥିଲେ। ମାତ୍ର କୃଷ୍ଣ ବଳରାମ ସମସ୍ତ ଦ୍ୱାର ଭେଦ କରି ମାମୁଁ କଂସାସୁର ନିକଟରେ ପହଞ୍ଚିଥିଲେ। କୃଷ୍ଣଙ୍କ ହାତରେ କୁବଳୟା ହସ୍ତୀ, ଅଷ୍ଟ ମଲ୍ଲ ନିହତ ହେଲେ। ଶିବଧନୁ ଭାଙ୍ଗିବା ଏବଂ ସମସ୍ତ ବୀର କୃଷ୍ଣଙ୍କ ହାତରେ ପ୍ରାଣ ହରାଇଥିବା ସମାଚାର ପାଇ କଂସ ମର୍ମାହତ ହୋଇ ପଡ଼ିଥିଲେ। ଶେଷରେ ମହାରାଜ କଂସଙ୍କ କୃଷ୍ଣ ବଳରାମ ସହିତ ଯୁଦ୍ଧ ହୋଇଥିଲା। ଏଥିରେ ମାମୁଁ କଂସାସୁର ପରାସ୍ତ ହୋଇ ମଞ୍ଚରୁ ପଡ଼ି ପ୍ରାଣ ହରାଇଲେ। ଏହାପରେ କଂସଙ୍କ ପ୍ରତିକୃତିରେ ଅଗ୍ନିସଂଯୋଗ ଏବଂ ଆତସବାଜି ପ୍ରଦର୍ଶନୀ ହୋଇଥିଲା। ଅନ୍ତିମ ସନ୍ଧ୍ୟାର ଉଦଯାପନୀ ସମାରୋହ କାର୍ଯ୍ୟକ୍ରମରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ଚଳିତବର୍ଷ ୟୁଗୋସ୍ଲୋଭିଆ, ଆମେରିକା, ଜର୍ମାନୀ, ବାଂଲାଦେଶ ଆଦି ଦେଶରୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନେ ଯାତ୍ରାର ପ୍ରସିଦ୍ଧକୁ ବହୁଗୁଣିତ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories