www.samajalive.in
Saturday, December 6, 2025
16.1 C
Bhubaneswar

ଚମକ ଖେଳାଇବ କଙ୍ଗୁବା!

ତାମିଲ ଚଳଚ୍ଚିତ୍ର ‘କଙ୍ଗୁବା’ ଦର୍ଶକଙ୍କ ମଧ୍ୟରେ ଚମକ ଖେଳାଇବ ବୋଲି ଚର୍ଚ୍ଚା ହେଉଛି। ସଂଳାପର ହିନ୍ଦୀରେ ଭାଷାନ୍ତର ସହ ଏହା ଭାରତର ସବୁ ପ୍ରଦେଶ ଓ ବିଭିନ୍ନ ଦେଶରେ ପ୍ରଦର୍ଶିତ ହେବ। ଦର୍ଶକଙ୍କର ସ୍ୱତନ୍ତ୍ର ଆକର୍ଷଣ ଥିବା ଚର୍ଚ୍ଚିତ ଅଭିନେତା ସୂର୍ଯ୍ୟା ଏଥିରେ ମୁଖ୍ୟ ଭୂମିକାରେ ଥିବାରୁ ୩୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଚଳଚ୍ଚିତ୍ରଟି ବେଶ୍‌‌ ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି।

ନିଜ ଅଭିଯାନକୁ ସଫଳ କରିବା ପାଇଁ ନାୟକର ୫ ଶହ ବର୍ଷର ଯାତ୍ରାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। କଙ୍ଗୁ ଅର୍ଥ ନିଆଁର କ୍ଷମତା ଥିବା ମଣିଷ। ସୂର୍ଯ୍ୟା ଚଳଚ୍ଚିତ୍ରରେ କଙ୍ଗୁ ବା କଙ୍ଗୁବା ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଏକ ଯୁଦ୍ଧର ଦୃଶ୍ୟ ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣର ବିଷୟ ହେବ ବୋଲି ଜଣାଯାଇଛି। ୧୦ ହଜାର ଲୋକଙ୍କୁ ନେଇ ଏହି ଦୃଶ୍ୟର ଚିତ୍ରୋତ୍ତୋଳନ କରାଯାଇଛି।

- Advertisement -

ଚଳଚ୍ଚିତ୍ରରେ ବବି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଦିଶା ପାଟନୀ ନାୟିକା ଭୂମିକାରେ ଦେଖାଦେବେ। ଦୈତ୍ୟ ଭୂମିକାରେ ଅଭିନୟ କରିଥିବା ସୂର୍ଯ୍ୟା ୧୩ଟି ଭିନ୍ନ ଭିନ୍ନ ବେଶରେ ଦେଖାଦେବେ। ପ୍ରତିଭାବାନ ନିର୍ଦେଶକ ଶିବା ନିର୍ଦେଶିତ ‘କଙ୍ଗୁବା’ ଦୁର୍ଗା ପୂଜା ଅବସରରେ, ଆସନ୍ତା ଅକ୍ଟୋବର ୧୦ରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories