www.samajalive.in
Saturday, December 6, 2025
26.1 C
Bhubaneswar

ଅଧିକ ଶ୍ବେତସାରଯୁକ୍ତ ଖାଦ୍ୟ ଖାଇଲେ ଆୟୁ ହାନି!

ଅଧିକ ଶ୍ବେତସାରଯୁକ୍ତ ଖାଦ୍ୟ ଖାଇଲେ ଆୟୁ ହାନି ହେବାର ଆଶଙ୍କା ରହିଥିବା ହରିୟାଣାର ଅଶୋକା ବିଶ୍ବବିଦ୍ୟାଳୟର କେତେକ ଛାତ୍ର ଓ ଅଧ୍ୟାପକ କରିଥିବା ଗବେଷଣାରୁ ଜଣାପଡ଼ିଛି। ବିଶ୍ବବିଦ୍ୟାଳୟର ଜୈବବିଜ୍ଞାନ ଶାହା ତରଫରୁ ଶ୍ବେତସାର ଓ ମନୁଷ୍ୟ ଆୟୁ ଉପରେ ତାହାର ପ୍ରଭାବ ନେଇ ଏକ ଅନୁଧ୍ୟାନ କରାଯାଇଥିଲା। ଏ ସମ୍ପର୍କରେ ଡକ୍ଟର ସୁଦୀପ୍ତାଙ୍କ କହିବାନୁଯାୟୀ ଶ୍ବେତସାରଯୁକ୍ତ ଖାଦ୍ୟ ଶରୀରକୁ ଶକ୍ତି ପ୍ରଦାନ କରେ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଏହାର ମାତ୍ରାଧିକ ବ୍ୟବହାର ଦ୍ବାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ଅଧିକ ଶ୍ବେତସାରଯୁକ୍ତ ଖାଦ୍ୟ ଖାଇବା ଫଳରେ ଆୟୁ ହାନି ହେବାର ସମ୍ଭାବନା ରହିିିଛି। ଶ୍ବେତସାରଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବା ଦ୍ବାରା ରକ୍ତ ଶର୍କରା ବୃଦ୍ଧି, ମେଦବହୁଳତା, ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏସବୁ ରୋଗ ହେଲେ ବ୍ୟକ୍ତିର ଆୟୁ ହାନି ହୋଇଥାଏ ବୋଲି ଡକ୍ଟର ସୁଦୀପ୍ତା କହିଛନ୍ତି। ଅନ୍ୟପକ୍ଷରେ ଉପଯୁକ୍ତ ପରିମାଣରେ ଶ୍ବେତସାରଯୁକ୍ତ ଖାଦ୍ୟ ସହ ପ୍ରୋଟିନ୍‌ ଥିବା ଖାଦ୍ୟ ଖାଇଲେ ଜଣେ ବ୍ୟକ୍ତିର ଶରୀର ଠିକ୍‌ ରହେ ଏବଂ ସେ ବେଶୀଦିନ ବଞ୍ଚିବାର ସମ୍ଭାବନା ବଢ଼ାଇଥାଏ ବୋଲି ସେ କହିଛନ୍ତି। ସନ୍ତୁଳିତ ଆହର ସହ ପ୍ରତିଦିନ ବ୍ୟାୟାମ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସେ ଦର୍ଶାଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories