www.samajalive.in
Sunday, December 7, 2025
16.1 C
Bhubaneswar

ସଲମାନଙ୍କ ସହ କାମକରିବାକୁ ଇଛୁକ : କଙ୍ଗନା ରଣାବତ୍‍

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ୍‍ ଭାଇଜାନ ସଲମାନ ଖାନଙ୍କ ସହ କାମକରିବାକୁ ଇଛୁକ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ଏହା ସ୍ପଷ୍ଟ କରିଛନ୍ତି। ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଆଜି ପର୍ଯ୍ୟନ୍ତ ସଲମାନଙ୍କ ସହ ଅଭିନୟ କରିନାହାନ୍ତି। ମାତ୍ର ପୂର୍ବରୁ କଙ୍ଗନା ସଲମାନଙ୍କ ସହ କାମ କରିବାକୁ ଇଛୁକ ନଥିବା କହିଥିଲେ। ତାଙ୍କୁ ଲାଗୁଥିଲା ସଲମାନଙ୍କ ସହ କାମ କରିବା ଦ୍ୱାରା କୌଣସି ଲାଭ ମିଳିବ ନାହିଁ। କିନ୍ତୁ ସମୟ ପରିବର୍ତ୍ତନ ହେବା ସହ କଙ୍ଗନା ନିଜ କଥାରେ ପରିବର୍ତ୍ତନ କରିଥିବା ଜଣାପଡିଛି। ଯାହା କଙ୍ଗନାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏକ ସୁସମ୍ବାଦ।

courtesy-scroll.in

ନିକଟରେ କଙ୍ଗନା ରାଣାବତ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ର ଟ୍ରେଲର ମୁକ୍ତିଲାଭ କରିଥିଲା। ୩ମିନିଟ୍‍ ୧୯ସେକେଣ୍ଡର ଏହି ଟ୍ରେଲରରେ କଙ୍ଗନାଙ୍କ ବୀରାଙ୍ଗନା ଯୋଦ୍ଧା ରୂପ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରରେ ସେ ‘ଝାନ୍‍ସୀ ରାଣୀ’ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ ୨୫ଜାନୁଆରୀରେ ମୁକ୍ତିଲାଭ କରିବ। ସୂଚନା ଅନୁସାରେ, ପ୍ରଥମେ ଏହାର ନିର୍ଦ୍ଦେଶନା ଦେଉଥିବା କ୍ରିଷ୍‍ ଚଳଚ୍ଚିତ୍ରକୁ ଅଧାରେ ଛାଡ଼ି ଦେଇଥିଲେ। ଏହାପରେ କଙ୍ଗନା ନିର୍ଦ୍ଦେଶନା ଭାର ନିଜେ ବହନ କରିଥିଲେ। ଚଳଚ୍ଚିତ୍ର ନିର୍ମାତା କମଲ ଜୈନଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରର ୭୦ଭାଗ ନିର୍ଦ୍ଦେଶନା କଙ୍ଗନା ଦେଇଛନ୍ତି ଓ ବାକି ଅଂଶ କ୍ରିଷଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories