www.samajalive.in
Monday, December 8, 2025
20.1 C
Bhubaneswar

୨୫ କୋଟି ଟଙ୍କାରେ ବିକ୍ରି ହେବ ଚାନ୍ଦାମାମା!

ଚେନ୍ନାଇ: ସ୍ୱାଧୀନତା ପରେ ଶିଶୁ ସାହିତ୍ୟ ଦୁନିଆରେ ଚହଳ ପକାଇଥିବା ‘ଚାନ୍ଦାମାମା’ର ସ୍ୱତ୍ତ୍ୱ ମୂଲ୍ୟ ୨୫କୋଟି ଟଙ୍କା। ମୁମ୍ବଇ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅଫିସିଆଲ୍‍ ଲିକ୍ୱିିଡେଟର ଏହି ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଚାନ୍ଦାମାମା ମାଲିକାନାସ୍ୱତ୍ତ୍ୱ ପାଇଥିବା ଜିଓଡେସିକ୍‍ ଲିମିଟେଡର ତିନି ନିର୍ଦ୍ଦେଶକ କିରଣ ପ୍ରକାଶ କୁଲକର୍ଣ୍ଣି, ପ୍ରଶାନ୍ତ ମୁଲେକାର ଓ ପଙ୍କଜ ଶ୍ରୀବାସ୍ତବଙ୍କ ସମ୍ମତିକ୍ରମେ ଚାନ୍ଦାମାମା ଉପରୋକ୍ତ ମୂଲ୍ୟରେ ବିକ୍ରି ହେବ।
ବି ନାଗରେଡ୍ଡି ଓ ଚକ୍ରପାଣିଙ୍କ ଦ୍ୱାରା ୧୯୪୭ ମସିହା ଜୁଲାଇ ମାସରେ ପ୍ରକାଶ ପାଇଥିବା ଚାନ୍ଦାମାମା ଏକଦା ଦେଶର ସର୍ବାଦୃତ ଓ ସର୍ବାଧିକ ପ୍ରସାରିତ ଶିଶୁ ସାହିତ୍ୟ ପତ୍ରିକାର ମାନ୍ୟତା ପାଇଥିଲା। ପ୍ରଥମେ ତେଲୁଗୁ ଓ ତାମିଲ୍‍ରେ ପ୍ରକାଶିତ ଚାନ୍ଦାମାମା ପରବର୍ତ୍ତୀ ସମୟରେ ଓଡ଼ିଆ ସମେତ ଦେଶର ୧୩ଟି ଭାଷା ଏବଂ ସିନ୍ଧି, ସିଂହଳୀ ଓ ସଂସ୍କୃତ ଭାଷାରେ ପ୍ରକାଶିତ ହୋଇଥିଲା। ୯୦ ଦଶକ ପରେ ପରେ ବିଜ୍ଞାପନ ଓ ପ୍ରସାରଣରେ ସଂକୋଚନ ଯୋଗୁଁ ଚାନ୍ଦାମାମା ଆର୍ଥିକ ଦୁରବସ୍ଥା ମଧ୍ୟକୁ ଚାଲିଗଲା। ୨୦୦୭ରେ ଚାନ୍ଦାମାମାର ୯୪% ଅଂଶଧନ ନାଗରେଡ୍ଡୀଙ୍କ ପୁତ୍ର ବିଶ୍ୱନାଥ ରେଡ୍ଡି ଓ ମୋର୍ଗାନ୍‍ ଷ୍ଟେନ୍‍ଲି ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦେଶକ ବିନୋଦ ସେଠୀଙ୍କଠାରୁ ୧୦.୨ କୋଟି ଟଙ୍କାରେ ଜିଓଡେସିକ୍‍ କିଣି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜିଓଡେସିକ ୧୬୨ ନିୟୁତ ପାଉଣ୍ଡ(୧ ହଜାର କୋଟି ଟଙ୍କା)ର ଋଣ ଶୁଝି ନ ପାରିବା କାରଣରୁ ୨୦୧୪ରେ ବମ୍ବେ ହାଇକୋର୍ଟ କମ୍ପାନୀକୁ ଦେବାଳିଆ ଘୋଷଣା କରିବା ସହିତ ଲିକ୍ୱିଡେଟର ନିଯୁକ୍ତ କରିଥିଲେ।
ପ୍ରାୟ ୧୨୫ ନିୟୁତ ପାଉଣ୍ଡ(୮୧୨ କୋଟି ଟଙ୍କା) ଟିକସ ଖିଲାପି ଅଭିଯୋଗରେ ସଂସ୍ଥାର ତିନି ନିର୍ଦେଶକଙ୍କ ସମେତ ଚାଟାର୍ଡ ଆକାଉଣ୍ଟାଣ୍ଟ ଦୀନେଶ ଜାଜୋଡଡ଼ିଆ ଏବେ ଦେବାଳିଆ ମାମଲାରେ ଜେଲ୍‍ରେ ଅଛନ୍ତି। ନିର୍ଦେଶକଙ୍କ ଅଣସର୍ତ୍ତମୂଳକ ସମ୍ମତି କ୍ରମେ ଭାରତ ଓ ଭାରତ ବାହାରେ ଥିବା ସଂସ୍ଥାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ସମେତ ଚାନ୍ଦାମାମାର ବୌଦ୍ଧିକ ସ୍ୱତ୍ତ୍ୱ ବିକ୍ରି କରିବା ପାଇଁ ଗତ ୧୧ ତାରିଖରେ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଚାନ୍ଦାମାମାର ବୌଦ୍ଧିକ ସ୍ୱତ୍ତ୍ୱାଧିକାର ୨୦୧୪ରୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅଫିସିଆଲ୍‍ ଲିକ୍ୱିଡେଟରଙ୍କ ନିକଟରେ ରହିଛି। ତେଣୁ ଚାନ୍ଦାମାମା ବିକ୍ରିରୁ ଲବ୍ଧ ରାଶି ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା କଳାଧନ ଚାଲାଣ ନିୟନ୍ତ୍ରଣ ଆଇନ ୨୦୦୨ ଅଧୀନରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ଜମା କରାଯିବ। ସେଠାରୁ ଅଫିସିଆଲ ଲିକ୍ୱିଡେଟରଙ୍କ ନିକଟକୁ ଯିବ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories