www.samajalive.in
Sunday, December 7, 2025
23.1 C
Bhubaneswar

କନ୍ଧମାଳ: ୨ ପୁଲିସ୍‍ କର୍ମଚାରୀଙ୍କ ସମେତ ୫୭ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୨୬୬୨

ଫୁଲବାଣୀ: କନ୍ଧମାଳରୁ ଆଜି ୨ ଜଣ ପୁଲିସ୍‍ କର୍ମଚାରୀଙ୍କ ସମେତ ୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ୪୩ ଜଣ ପୁରୁଷ ଥିବା ବେଳେ ୧୪ ମହିଳା ଅଛନ୍ତି। ସର୍ବାଧିକ ଫୁଲବାଣୀରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଟିକାବାଲିରୁ ୪, ଜି ଉଦୟଗିରିରୁ ୫, କେ ନୁଆଗାଁରୁ ୪, ଚକାପାଦରୁ ଜଣେ, ଖଜୁରିପଡାରୁ ୫, କୋଟଗଡରୁ ଜଣେ, ଦାରିଙ୍ଗବାଡିରୁ ଜଣେ, ତୁମୁଡିବନ୍ଧରୁ ଜଣେ, ରାଇକିଆରୁ ୫, ବାଲିଗୁଡାରୁ ୫, ଫିରିଙ୍ଗିଆରୁ ୪ ଏବଂ ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୨୬୬୨ ଜଣ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୩୯୯ ଜଣ ସକ୍ରୀୟ ସଂକ୍ରମିତ ବର୍ତମାନ ଚିକିତ୍ସିତ ହେଉଥିବା ପ୍ରଶାସନ ସୂଚନା ଦେଇଛି।

ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଗାଇଡ଼୍‍ଲାଇନ୍‍ ପ୍ରକାରେ ଜିଲ୍ଲା ପ୍ରଶାସନ କୋଭିଡ୍‍ କଟକଣା କୋହଳ କରିଛି। ପୂର୍ବରୁ ରାଜ୍ୟର ଯେ କୌଣସି ହଟସ୍ପଟ ଅଂଚଳରୁ ଆସିଲେ ହୋମ୍‍ କ୍ୱାରେଂଟାଇନରେ ରହିବା ବାଧ୍ୟତାମୁଳକ କରାଯାଇଥିଲା। ତେବେ ଆଜି ଏହି କଟକଣାକୁ ପ୍ରଶାସନ ପ୍ରତ୍ୟାହର କରିଛି।ଆଜି ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ନିର୍ଦ୍ଦେଶନାମା ପ୍ରକ।ରେ, ବର୍ତ୍ତମାନ ହଟସ୍ପଟ ଅଂଚଳରୁ ଆସିଲେ ଆଉ କ୍ୱାରେଂଟାଇନରେ ରହିବା ବାଧ୍ୟତାମୁଳକ ନାହିଁ। ତେବେ ଯେଉଁମାନେ ହଟସ୍ପଟରୁ ଆସୁଛନ୍ତି ସେମାନେ ସ୍ୱଇଛାରେ ନିଜର କୋଭିଡ୍‍ ପରୀକ୍ଷା କରାଇବା ସହ କୋଭିଡ୍‍ ସତର୍କତା ପାଳନ କରିବାକୁ ପ୍ରଶାସନ ଅନୁରୋଧ କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories