www.samajalive.in
Wednesday, December 10, 2025
26.1 C
Bhubaneswar

ଆଞ୍ଚଳିକ ବିକାଶ ପରିଷଦ ଦାଣ୍ଡିମାଳ ଗ୍ରାମ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଳା ଦାଣ୍ଡିମାଳ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଦାଣ୍ଡିମାଳ ଅଞ୍ଚଳରେ ଝାରଗାଡ଼ିଆ ଠାରୁ ପଞ୍ଚପଟି ରାସ୍ତାକୁ ମରାମତି କରାଯିବା, ବର୍ତ୍ତମାନ ବାଇପାସ ଏନଏଚ୍‌ ୫୫ ନୂତନ ହେବା ଦ୍ଵାରା ପୁରୁଣା ରାସ୍ତାରେ ଗାଡି ଚଳାଚଳ ଅସମ୍ଭବ ହୋଇପଡିଛି । ଏହି ରାସ୍ତାରେ ଦାଣ୍ଡିମାଳ ଅଞ୍ଚଳ ବ୍ୟତିତ ବଳରାମପୁର, କାଶିଆଡିହି, ବାବନ୍ଧ, ଗଞ୍ଜରା ଗ୍ରାମର ଜନ ସାଧାରଣ ଯାତାୟାତ କରିଥାଆନ୍ତି ।

ଚଳିତ ବର୍ଷ ପାର୍ବଣ ଦଶହରା ଉତ୍ସବ ଏ  ଅଞ୍ଚଳରେ ପ୍ରାୟ ୫୦ ବର୍ଷ ହେଲା ପାଳିତ ହୋଇ ଆସୁଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଥିବାରୁ ଦଶହରା ପୂଜା ବିଧି ଅନୁଯାୟୀ ପାଳନ ହୋଇଆସୁଛି । କିନ୍ତୁ ଚଳିତ ବର୍ଷ ଦଶହରା ପୂଜା ମହାସମାରୋହରେ ୨୨ ଟି ପୂଜା ମଣ୍ଡପରେ ପୂଜା କରାଯିବାକୁ ସ୍ଥିର ହୋଇଥିବା ବେଳେ  ଅନୁଷ୍ଠାନର ପକ୍ଷରୁ ପୂଜା ପୂର୍ବରୁ ରାସ୍ତା ମରାମତି ସହିତ ସମ୍ପୂର୍ଣ୍ଣ ପିଚୁ କରିବାକୁ ଦାବି କରାଯାଇଛି । ସଭାପତି ମୋହନ ମୁରାରୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ଦିବାକର ରାଉତ, ଶିବ ପ୍ରସାଦ ରାଉତ, ଧନେଶ୍ୱର ରାଉତ, ଗଙ୍ଗାଧର ରାଉତଙ୍କ ଉପସ୍ଥିତରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ  କରିଥିଲେ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories