www.samajalive.in
Wednesday, December 10, 2025
26.1 C
Bhubaneswar

ଗାଁରେ ମାଙ୍କଡ଼ ଦୌରାତ୍ମ୍ୟ; ଚିନ୍ତାରେ ଗ୍ରାମବାସୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କନ୍ତିଓ ପୁଟସାହି ଗାଁରେ ଗତ କିଛିଦିନ ଧରି ମାଙ୍କଡ଼ ପଲଙ୍କ ଉତ୍ପାତ ଲାଗି ରହୁଥିବାରୁ ସଂପୃକ୍ତ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  l କନ୍ତିଓପୁଟସାହି ଗାଁରେ ଗତ କିଛି ଦିନ ଧରି ମାଙ୍କଡ଼ ପଲ ସେମାନଙ୍କର ଦୌରାତ୍ମ୍ୟ ଜାରି ରଖିଛନ୍ତି । ଗାଁରେ ଥିବା ବାଡ଼ି ବଗିଚା ନଷ୍ଟ କରି ଆସୁଛନ୍ତି l ଗାଁରେ ୮୦ପ୍ରତିଶତ ଅଧିବାସୀ ଚାଷ ଉପରେ ନିର୍ଭର କରୁଥିବା ବେଳେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବର୍ତ୍ତମାନ ଅସହ୍ୟ ହୋଇ ପଡ଼ିଲାଣି l

ଦୁଇ ମୁଠା ଦାନା ପାଇଁ ଏ କି ଦୁଃଖ; ଦେଖନ୍ତୁ ବ୍ୟକ୍ତି ଜଣଙ୍କ ସଂଘର୍ଷର ଭିଡିଓ

- Advertisement -

ଖାଲି ସେତିକି ନୁ​‌ହେଁ ଗୋଟିଏ ପାଗଳ ମାଙ୍କଡ ଲୋକମାନଙ୍କ ଚିନ୍ତା ବଢ଼ାଇଛି l  ଏ ସଂକ୍ରାନ୍ତରେ ଜଙ୍ଗଲ ବିଭାଗକୁ ଖବର ଦେଲେ ମଧ୍ୟ କୋଣସି କର୍ମଚାରୀ ଗାଁକୁ ଯାଉ ନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି l

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories