କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଲକ ଆନନ୍ତପୁର ସଂରକ୍ଷଣ ଜଙ୍ଗଲ ସାଜିଛି କାଠ ମାଫିଆଙ୍କ ପେଣ୍ଠ ସ୍ଥଳୀ। ବେଧଡ଼କ ଭାବେ ଚାଲିଛି କାଠ ଚୋରି। ମାଫିଆମାନେ ଦିନ ଦ୍ବିପ୍ରହରରେ ଜଙ୍ଗଲରେ ମେସିନ ସାହାଯ୍ୟରେ କାଠ କାଟି ଚୋରା ଚାଲାଣ କରୁଥିବାର ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କୀର୍ତ୍ତନପୁର ଫରେଷ୍ଟର ହିମାଂଶୁ ଶେଖର ଟୁଡୁ, ପୂର୍ଣ୍ଣିମା ପଣ୍ଡା ଏବଂ ବନ କର୍ମଚାରୀ ଖବର ପାଇ ମିଳିତ ଭାବେ ଚଢ଼ାଉ କରିଥିଲେ। ମାଫିଆମାନେ ବନ କର୍ମଚାରୀମାନଙ୍କୁ ଦେଖି ଆତଙ୍କିତ ହୋଇ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ଏକ ଶଗଡ଼ ଗାଡି ସହିତ ଏକ ଶାଳ କାଠ ଜବତ କରି କନ୍ଧରା ଫରେଷ୍ଟ ବିଟକୁ ଆଣିଥିଲେ। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି।
Popular Categories



