www.samajalive.in
Monday, December 8, 2025
13.1 C
Bhubaneswar

ସାରର ଉତ୍କଟ ଅଭାବ, ଚାଷୀକୂଳ ହତାଶ

କାମାକ୍ଷାନଗର: କାମାକ୍ଷାନଗର କୃଷି ଜିଲାରେ ଏବେ ଧାନ ରୁଆ ବେଉଷଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାରର ଉତ୍କଟ ଅଭାବ ଦେଖା ଦେଇଥିବାରୁ ଚାଷୀକୂଳ ହତାଶ ହୋଇ ପଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ମାର୍କଫେଡ଼ ଜରିଆରେ ପ୍ରତ୍ୟେକ ସୋସାଇଟିକୁ ସାର ଯୋଗାଇ ଦିଆଯାଉଥିବାବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। କାମାକ୍ଷାନଗରରେ ଥିବା ମାର୍କଫେଡ଼ରେ କୌଣସି କର୍ମଚାରୀ ନଥିବାରୁ ସାର ଏପର୍ଯ୍ୟନ୍ତ ଆସିବାରେ ବିଳମ୍ବ ହେଉଥିବାବେଳେ ଢେଙ୍କାନାଳରେ ଜଣେ ମାତ୍ର କର୍ମଚାରୀ ଅବସ୍ଥାପିତ। ପୁଣି ତାଙ୍କ ଦାୟିତ୍ୱରେ ଢେଙ୍କାନାଳ, କାମାକ୍ଷାନଗର, ହିନ୍ଦୋଳ ସହିତ ଅନୁଗୋଳ ଏବଂ ଛେଣ୍ଡିପଦା ମାର୍କଫେଡ଼ ଦାୟିତ୍ୱ ନ୍ୟସ୍ତ ରହିଛି। କାମାକ୍ଷାନଗରରେ ମାର୍କଫେଡ଼ର ଥିବା ଗୋଦାମରେ ପାଣି ଗଳୁଥିବାରୁ ସେଥିରେ ସାର ମହଜୁଦ ରଖିବା ସମ୍ଭବ ହେଉ ନଥିବାରୁ ସରକାରଙ୍କ ପକ୍ଷରୁ ଆସିବାକୁ ଥିବା ଇଫକୋ ସାର ଏପର୍ଯ୍ୟନ୍ତ ଜିଲାରେ ପହଞ୍ଚି ପାରିନାହିଁ। ଏବେ ଲଗାଣ ବର୍ଷାରେ ବହୁ ଜମିରେ ରୁଆ ବେଉଷଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାରର ଉତ୍କଟ ଅଭାବ ସଂପୃକ୍ତ ଚାଷୀକୂଳକୁ ହତାଶ କରିଦେଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ଚାଷୀ ମହଲରେ ଦୃଢ଼ ଦାବି ହେଉଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories